Site icon ଆଜିକାଲି

ଜଳ ସମ୍ପଦ ବିଭାଗ ଜେଇଙ୍କ ଆତ୍ମହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଘୋଷ ଆତ୍ମହତ୍ୟା କରିଛନ୍ତି । ସେ ନିଜ ସରକାରୀ କ୍ବାର୍ଟର ପଙ୍ଖାରେ ଦଉଡି଼ ଦେଇ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସୃଷ୍ଟ ରହିଥ‌ିବା ବେଳେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ , ପ୍ରଦୀପ ବୌଦ୍ଧ ଜଳ ସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ ଭଳି ସେ ବୁଧବାର କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ଅପରାହ୍ନରେ ଖାଇବାକୁ ଆସି ଆଉ ଅଫିସକୁ ଫେରି ନଥିଲେ । ତାଙ୍କ ସହକର୍ମୀମାନେ ରାତି ସମୟରେ ଆସି ତାଙ୍କୁ ଡାକିବାକୁ ଘର ଭିତରୁ କୌଣସି ଉତ୍ତର ଆସିନଥିଲା । ଯାହାକୁ ନେଇ ସହକର୍ମୀମାନେ ଗେଟ୍ ଭାଙ୍ଗି ଭିତରକୁ ଯାଇ ଦେଖନ୍ତି ତ ପ୍ରଦୀପ ପଙ୍ଖାରେ ଏକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସଙ୍ଗେସଙ୍ଗେ ଆଦର୍ଶ ଥାନା ପୋଲିସକୁ ଏନେଇ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରିଛି ଏବଂ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ସେ କିଛି ଦିନ ହେବ ମାନସିକ ଚାପରେ ରହୁଥ‌ିବା ସହକର୍ମୀମାନେ ଅନୁଭବ କରୁଥିଲେ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ପ୍ରଦୀପଙ୍କ ଘର ବାରିପଦାରେ ହୋଇଥିବା ବେଳେ ସେ ଅବିବାହିତ ଥିଲେ । ବୌଦ୍ଧରେ ସରକାରୀ ବାସଭବନରେ ସେ ଏକୁଟିଆ ରହୁଥିଲେ । ତେବେ କେଉଁ କାରଣରୁ ସେ ମାନସିକ ମାନସିକ ଚାପରେ ରହୁଥିଲେ ? କାର୍ଯ୍ୟାଳୟ ପକ୍ଷରୁ କିଛି ତାଙ୍କୁ ଚାପ ଦିଆଯାଉଥିଲା କି ? ଉପରିସ୍ଥ ଅଧିକାରୀ ତାଙ୍କୁ କୌଣସି ଚାପରେ ରଖୁଥୁଲେ କି ? ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସମସ୍ତ ଦିଗରେ ତଦନ୍ତ କରିବା ଆବଶ୍ୟକତା ରହିଛି ।

Exit mobile version