Site icon ଆଜିକାଲି

ଗ୍ରୀଷ୍ମ ପ୍ରବାହ : ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଜି ୨୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ।

୧୩ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା । ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ଅନୁଭୂତ ହେଉଛି । ୪୪.୨ ଡିଗ୍ରୀ ସେଲସିୟସ ସହ ସୋନପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଆଜି ନୂଆପଡ଼ାରେ ୪୪, ସମ୍ବଲପୁର ଓ ଝାରସୁଗୁଡ଼ା ୪୩.୯ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ହୀରାକୁଦରେ ତାପମାତ୍ରା ୪୩.୮ ଥିବା ବେଳେ ଟିଟିଲାଗଡ଼ ଓ ବଲାଙ୍ଗିର ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଉରକେଲା ଓ ବରଗଡ଼ରେ ୪୩.୫, ସୁନ୍ଦରଗଡ଼ ୪୨.୧ ଡିଗ୍ରୀ ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ତାତି ୪୨ ଡିଗ୍ରୀ, ଅନୁଗୁଳରେ ୪୧.୭, ମାଲକାନଗିରି ଓ ଭଦ୍ରକ ୪୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।

Exit mobile version