Site icon ଆଜିକାଲି

ଗ୍ରୀଷ୍ମପ୍ରବାହ ଜାରି; ପଶ୍ଚିମ ରେ ଅଧିକ ତାତି , ସୋନପୁର ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରେ ରାଜ୍ୟର ଅନ୍ୟାନ୍ୟ ଭାଗ ଅପେକ୍ଷା ଅଧିକ ତାତି ଅନୁଭୂତ ହେଉଛି। ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୪.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସମ୍ବଲପୁର ଓ ହୀରାକୁଦରେ ଆଜିର ତାପମାତ୍ରା ଥିଲା ୪୩ .୭ ଡିଗ୍ରୀ ସେଲସିୟସ । ଝାରସୁଗୁଡାରେ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଜି ଭୁବନେଶ୍ୱରରେ ତାପମାତ୍ରା ୩୪ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି।

ସୂଚନା ଯେ, ରାଜ୍ୟରେ ଆଉ ୪-୫ ଦିନ ଏଭଳି ସ୍ଥିତି ଲାଗିରହିବ । ଏହା ପରେ ହିଁ ଦିନ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

FacebookTwitterLinkedinWhatsapp
Exit mobile version