Site icon ଆଜିକାଲି

ଗ୍ରୀଷ୍ମ ପ୍ରବାହ ଜାରି: ପଶ୍ଚିମ ଓ ଉପକୂଳରେ ପାଗ ଅପରିବର୍ତ୍ତିତ

ଭୁବନେଶ୍ୱର : ଆଜି ବି ସାରାରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓଡ଼ିଶାରେ ପାଗରେ କୌଣସି ପରିବର୍ତ୍ତନ ହୋଇନାହିଁ। ଉପକୂଳ ଓଡ଼ିଶାରେ ବି ସ୍ୱାଭାବିକଠାରୁ ଅଧିକ ରହିଛି ତାପମାତ୍ରା। ଆର୍ଦ୍ରତା ଅଧିକ ରହୁଥିବାରୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଜୀବନଯାତ୍ରାକୁ ପ୍ରଭାବିତ କରିଛି । ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଥିଲା । ଏଠାରେ ତାପମାତ୍ରା ଥିଲା ୪୩ ଦଶମିକ ୪ ଡିଗ୍ରୀ ସେଲସିୟସ। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ଥିଲା ୪୧.୬ ଡିଗ୍ରୀ ସେଲସିୟସ ।

ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ତାପମାତ୍ରା ଅନୁସାରେ ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ, ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ, ହୀରାକୁଦରେ ୪୧.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ଗୋପାଳପୁରରେ ୩୭.୫ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୨ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ପାରାଦୀପରେ ୩୩.୬ ଡ଼ିଗ୍ରୀ ରହିଛି ।

Exit mobile version