Site icon ଆଜିକାଲି

ସୁନା ବେଶରେ କେନ୍ଦୁଝର ର ରାଷ୍ଟ୍ରଦେବତା ବଳଦେବଜୀଉ

କେନ୍ଦୁଝର, (ନିପ୍ର) ବିଶ୍ଵ ର ସର୍ବ ବୃହତ୍ ରଥ କେନ୍ଦୁଝର ରଥ ଉପରେ ତିନି ଠାକୁରଙ୍କର ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ । କେନ୍ଦୁଝର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ଆଜି ସୁନାବେଶ ଅନୁଷ୍ଠିତ ହେଉଛି । ଆଜି ପାଗ ଅନୁକୂଳ ଥିବାରୁ ଏହି ସୁନା ବେଶ ଦେଖିବାକୁ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଭିଡ ଦେଖିବା କୁ ମିଳିଛି । ବିଶ୍ଵ ର ସର୍ବବୃହତ ରଥ ତଥା ବିଶ୍ବ ପ୍ରସିଦ୍ଧ କେନ୍ଦୁଝର ରଥ ଉପରେ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉ ବଡଠାକୁର , ମାତା ଶୁଭଦ୍ରା ଓ କାଳିଆ ଠାକୁର ଜଗତର ନାଥ ଜଗନ୍ନାଥ ଙ୍କର ଏକ ସଂଙ୍ଗେ ସୁନାବେଶ କୁ ଭକ୍ତ ମାନେ ମନଭରି ଉପଭୋଗ କରିବା ଦୃଶ୍ୟ ଥିଲା ଖୁବ ନିଆରା । କେନ୍ଦୁଝର ର ଏହି ସୁନାବେଶ ରେ ଠାକୁରଙ୍କ ଦେହରେ ପ୍ରାୟ ୧୬ କେ.ଜି ୭୫୦ ଗ୍ରାମ ଓଜନର ସୁନା ଓ ୩୦ କେ.ଜି. ଓଜନର ରୂପା ଅଳଙ୍କାର ଲାଗି କରାଯାଇଛି । ଆଜି ଅପରାହ୍ନରେ ପାଗ ଅନୁକୂଳ ଥିବା ସହ ଆକାଶ ମେଘୁଆ ହେଇ ଥିବାରୁ ଜଗନ୍ନାଥ ଙ୍କର ଏହି ସୁନା ବେଶ ଦେଖିବାକୁ ଭକ୍ତ ଙ୍କର ପ୍ରବଳ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା । ପୂର୍ବାହ୍ନ ୧୨ ଟା ସମୟ ରେ ଉପଜିଲ୍ଲାପାଳ ଙ୍କ ସହ ମାଜିଷ୍ଟେଟ ଓ ବ୍ୟାପକ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଟ୍ରେଜେରୀ ରୁ ତିନି ଠାକୁର ଙ୍କ ର ସୁନା ରୂପା ଗହଣା ରଥ ଉପରକୁ ଅଣାଯାଇ ତିନି ଠାକୁର ଙ୍କୁ ସୁସଜ୍ଜିତ କରାଯାଇଥିଲା । ଏହି ସୁନାବେଶ ଦିନ ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ ଙ୍କପାଇଁ ଖୋଲା ରହିବାର ର କାର୍ଯ୍ୟକ୍ରମ ରହିଛି । ଭକ୍ତ ମାନଙ୍କ ଭିଡ କୁ ଆଖି ଆଗରେ ରଖି ଓ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ବ୍ୟାପକ ପୋଲିସ ପୋର୍ସ ମୃତୟନ କରା ଯାଇଛି ।

Exit mobile version