Site icon ଆଜିକାଲି

ସୁନ୍ଦରଗଡ଼ ଆରଡବ୍ଲୁଡି ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଆଉ ଜଣେ ଯନ୍ତ୍ରୀ । ସୁନ୍ଦରଗଡ଼ ଆରଡବ୍ଲୁଡିର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ଓ ଅନ୍ୟ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।

୪ ଡିଏସପି, ୧୦ ଇନ୍ସପେକ୍ଟର, ୪ ଏଏସଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ଭିଜିଲାନ୍ସ ଟିମ୍ ସହକାରୀ ଯନ୍ତ୍ରୀଙ୍କ ସୁନ୍ଦରଗଡ଼ ଓ ଭଦ୍ରକ ଜିଲାରେ ଥିବା ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରିଛନ୍ତି। ଯନ୍ତ୍ରୀଙ୍କ ଭଦ୍ରକ ସହରରରେ ଥିବା ଦୁଇ ମହଲା କୋଠା, ପୈତୃକ ବନ୍ତ ସ୍ଥିତ ଘର, ସୁନ୍ଦରଗଡ଼ କେନ୍ଦୁଆପଡା ସ୍ଥିତ ଭଡ଼ା ଘର, ସୁନ୍ଦରଗଡ଼ ସହରରେ ଥିବା ଅଫିସ ପ୍ରକୋଷ୍ଠ ଓ ଭଦ୍ରକ ଜିଲ୍ଲା ସିନ୍ଦୋଳାରେ ଥିବା ସହକାରୀ ଯନ୍ତ୍ରୀଙ୍କ ସଂପର୍କୀୟଙ୍କ ଘର, ଲେଫ୍ରିପଡା ଅଫିସରେ ଥିବା ପ୍ରକୋଷ୍ଠ ଓ ସରକାରୀ କ୍ୱାର୍ଟରରେ ଏକକାଳୀନ ଚଢ଼ାଉ ଚାଲିଛି ।

Exit mobile version