Site icon ଆଜିକାଲି

୦୭ ଜାନୁଆରୀ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- ବ୍ୟବସାୟରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ । ମିତ୍ର ସହଯୋଗୀଙ୍କ ଦ୍ୱାରା ଆଶାତୀତ ଲାଭ ପାଇବେ । ଅଟକି ଥିବା ଧନ ମିଳିବାରୁ ଖୁସି ହେବେ । ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ । ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହେବ ।

ବୃଷ- ବ୍ୟବସାୟ ବାଣିଜ୍ୟ ସମ୍ପର୍କୀୟ କୌଣସି ଘଟଣା ଯୋଗୁ ବିଶେଷ ବ୍ୟସ୍ତ ରହିବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ଶିକ୍ଷାର୍ଥୀ ମାନେ ଅଧ୍ୟୟନରେ ମନ ନିବେଶ କରିବେ ଓ ପ୍ରତିଦ୍ୱନ୍ଦିତା ପରୀକ୍ଷାରେ ସଫଳତା ପାଇବେ । କାର୍ଯ୍ୟ କ୍ଷେତ୍ରରେ ବନ୍ଧୁ ମାନଙ୍କ ଦ୍ୱାରା ଲାଭବାନ ହେବେ ।

ମିଥୁନ- କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ଜମିବାଡି ଜନିତ କେତେକ ସମସ୍ୟାର ସମାଧାନ ହେବ । ଆତ୍ମ ବିଶ୍ୱାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହୋଇପାରିବେ । ସାମାନ୍ୟ କଥାରେ ଅଯଥା ତର୍କ ନ କରି ଶାନ୍ତ ରହିବା ଉଚିତ୍ । ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି ।

କର୍କଟ- ନିଜର ଆଚାର ବ୍ୟବହାରରେ ସନ୍ତୋଷ ହୋଇ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ମୁହାଁଇ ପାରିବେ । ପରିବାରରେ ସୁସ୍ଥ ବାତାବରଣ ଦେଖା ଦେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ଦୁର୍ବଳ ହେବେ । ଅନେକ ପ୍ରକାର ସୁବିଧା ସୁଯୋଗ ପାଇବା ଫଳରେ ଆଶା ପୂରଣ ହେବାର ରାସ୍ତା ଖୋଲିଯିବ।

ସିଂହ- ପ୍ରେମୀଯୁଗଳ ମାନେ କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ କ୍ଷତି ସହିବେ । ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ରାଜନୀତିରେ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୂତ ହେବ । ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବାହ୍ୟ ଦେଶକୁ ଯାତ୍ରା କରିବାର ସୁଯୋଗ ପାଇ ପାରନ୍ତି ।

କନ୍ୟା- ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ମିତ୍ରଙ୍କର ସାହାଯ୍ୟ ପାଇ ସମ୍ପତ୍ତି ଲାଭ ହେବ । ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ ।

ତୁଳା- ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଭାଗୀଦାରୀ ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ନିଜର ବ୍ୟବହାର ସନ୍ତୋଷ ଜନକ ହେବା ଦ୍ୱାରା ଗୁରୁଜନଙ୍କ ବିଶ୍ୱାସ ଭାଜନ ହେବେ ।

ବିଛା- କର୍ମାନୁଯାୟୀ ଫଳ ପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରିପାରିବେ । ପରିବାରରେ ମାନ ମନାନ୍ତର ଦୂର ହେବ । ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାର୍ଯ୍ୟ ସହଯୋଗ କରିବା ଦ୍ୱାରା ପ୍ରଶଂସିତ ହେବେ । ସମ୍ପତ୍ତି ବାଡିକୁ ନେଇ ଲାଗିଥିବା ଆୟନ ଗତ ଲଢେଇରେ ବିଜୟୀ ଲାଭର ଯଥେଷ୍ଟ ସମ୍ଭାବନା ଅଛି ।

ଧନୁ- ନିଜର ଇଛା ବିରୋଧରେ କାମ କଲେ ଅସୁବିଧାରେ ପଡିପାରନ୍ତି । ପରିବାରରେ ସୁଖ ଶାନ୍ତି ଦେଖାଦେବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ରାଜନୀତିରେ ଯଶମାନ ବୃଦ୍ଧି ହେବ । ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ । ଶିକ୍ଷା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟୀ ହେବେ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ ।

ମକର- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ବିଦ୍ୟାର୍ଥୀ ମାନେ ମିତ୍ରଙ୍କ ସାହାଯ୍ୟ ଦ୍ୱାରା କାର୍ଯ୍ୟ ହାସଲ କରିବେ । ସରକାରୀ କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢିପାରନ୍ତି । ମାନସିକ ଦୁଶ୍ଚିନ୍ତା, ପୁରାତନ ରୋଗର ପ୍ରକୋପ ସହିତ ଉଦର ପୀଡା ଦେଖା ଦେଇପାରେ ।

କୁମ୍ଭ- କର୍ମରେ କୌଣସି ଆଶ୍ଚର୍ଯ୍ୟ ଜନକ କଥା ଶୁଣି ଚକିତ ହେବେ । ରାଜନୀତି କ୍ଷେତ୍ରରେ ସଂଘର୍ଷ ଦ୍ୱାରା ସଫଳତା ମିଳିବ । ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବ ମାନ ସମାଧାନ ହୋଇଯିବ ।

ମୀନ- ପୁରୁଣା ମିତ୍ରଙ୍କ ସହିତ ଭେଟ ହେବା ଫଳରେ ପରିବାରର ପୁରୁଣା ସମସ୍ୟା ସମାଧାନ ହୋଇଯିବ । ସାମାଜିକ କାର୍ଯ୍ୟରେ ଅଧିକ ସମୟ ବିତେଇ ପ୍ରଶଂସା ପାଇବେ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବା ଫଳରେ ନୂତନ ପନ୍ଥା ଅନୁସରଣ କରିବେ । କଳା ଓ କ୍ରୀଡା ସହିତ ଜଡିତ ଥିଲେ ପୁରସ୍କାର ପାଇପାରିବେ ।

Exit mobile version