Site icon ଆଜିକାଲି

୧୦ ମାର୍ଚ୍ଚ ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ- କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ । କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ । ନିର୍ମାଣଧିନ ଗୃହ ପୂର୍ଣ୍ଣାଙ୍ଗ ଆରମ୍ଭ ହେବ । ମହିଳା ମାନେ ସମସ୍ତଙ୍କୁ ସାଥିରେ ନେଇ ଆଗକୁ ବଢିବେ । ମାଲିମକବ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ ।

ବୃଷ- ଶରୀର ଭଲ ରହିବା ସହିତ ମିଷ୍ଠାନ ଭୋଜନର ଯୋଗ ବୃଦ୍ଧି ରହିଅଛି । ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ । ପରିବହନ, ଓ ଶିଳ୍ପ କ୍ଷେତ୍ରରେ ଲାଭବାନ ହେବେ। ଚାକିରିରେ କୈାଶଳ କ୍ରମେ ନିଜର ସ୍ଥିତି ସୁଦଢୃ କରିବେ ।

ମିଥୁନ- କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗରେ ସଫଳତା ମିଳିବ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ସଫଳତା ଲାଭ କରିବେ । ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ । ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି । ଆପଣଙ୍କର ଧ୍ୟାନ ଅଧ୍ୟାତ୍ମ୍ୟ ଦିଗକୁ ଅଧିକ ରହିବ । ରାଜନୈତିକ ଜୀବନରେ ଶତୃ ବୃଦ୍ଧି ଦେଖାଦେବ ।

କର୍କଟ- କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ କେନ୍ଦ୍ରକରି ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ । ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର‌୍ୟ୍ୟ ସ୍ଥଗିତ ରହିପାରେ। ଈର୍ଷା ପରାୟଣ ମନୋଭାବ କାରଣରୁ ନିକଟ ସମ୍ପର୍କୀୟମାନେ ଦୂରେଇ ରହିପାରନ୍ତି।

ସିଂହ- ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରତ୍ମକ ରହିବ । ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ । ପୈାତିକ ସମ୍ପତିକୁ ନେଇ ଦୁଇ ଜଣଙ୍କ ବିବାଦରେ ତୃତିୟ ବ୍ୟକ୍ତି ଲାଭବାନ୍ ହେବ । ରାଜନୀତିରେ କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ହାତକୁ ନେବେ।

କନ୍ୟା- ଶାରୀରିକ ଅସୁସ୍ଥତା ଦେଖାଦେବ କିନ୍ତୁ ସତର୍କ ରହିଲେ ସ୍ୱାସ୍ଥ୍ୟ ଜନିତ ଅବସ୍ଥା ନିୟାନ୍ତ୍ରଣାଧିନ ରହିବ । ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ବିଶେଷ ଶୁଭଦାୟକ ନୁହେଁ । ଅଫିସରେ କାହାକୁ କିଛି ନକହି ମନ କଥା ମନରେ ମାରି ରହିବାକୁ ପଡିପାରେ । ସଭାସମିତିରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।

ତୁଳା- ଚିନ୍ତା ନ କରି କାମରେ ମନ ଦିଅନ୍ତୁ, ମିତ୍ରମାନେ ସହଯୋଗର ହାତ ବଢ଼ାଇବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଲାଭବାନ୍ ହେବେ । ଆପଣ ଅଯଥା ବ୍ୟସ୍ତତା ମଧ୍ୟରେ ସମୟ କଟାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ବିଛା- ଅଫିସର ଗୁରୁତ୍ୱପୂର୍ଣ୍ଣ କାମଟିକୁ କରିନପାରି ଦୁଃଖ ଅନୁଭବ କରିବେ । ତରବରିଆ ପଦକ୍ଷେପ ନେଲେ ଅସୁବିଧା ଦେଖାଦେଇପାରେ । ଦୂର ଯାତ୍ରା ସମୟରେ ଝଗଡାର ସମ୍ଭାବନା ଅଛି । ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହେବାର ସମ୍ଭାବନା ଅଛି ।

ଧନୁ- ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଗଡ଼ି ଆସୁଥିବା ମୋକଦ୍ଦମାର ବିଚାର ହୋଇପାରେ ।

ମକର- ମାନସିକ ଅସ୍ଥରତା ରହିଥିଲେ ମଧ୍ୟ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅତୀତ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ । ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି,ତାହା ସାମାନ୍ୟ ବିଳମ୍ବରେ ପାଇବେ । କଳା, ସଙ୍ଗୀତ ତଥା କ୍ରୀଡା କ୍ଷେତ୍ରରେ ସଫଳତା ମିଳିପାରେ ।

କୁମ୍ଭ- ଅନ୍ୟମାନଙ୍କ ସାହାଯ୍ୟ ଲାବ କରି କାମ ହାସଲ କରିବେ । ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ସଭାସମିତିରେ ଯୁକ୍ତିତର୍କରୁ ଦୂରେଇ ରହିବା ଭଲ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।

ମୀନ- କର୍ମ କ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ବସ୍ତ୍ର ଭୂଷଣ ପ୍ରାପ୍ତି ଯୋଗ ରହିଛି ।

Exit mobile version