Site icon ଆଜିକାଲି

୧୦ ସେପ୍ଟେମ୍ବର ରବିବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ: ଆପଣ ଜୀବନସାଥୀଙ୍କୁ ନିଜର ମନ କଥା କହିବେ। ଦିନଚର୍ଯ୍ୟାରେ ପରିବର୍ତ୍ତନ କଲେ, ସେଥିରେ ଆପଣଙ୍କୁ ସମସ୍ୟା ହେବ।

ବୃଷ: ଆଜିର ଦିନ ଆପଣଙ୍କ ପାଇଁ ଲାଭଦାୟକ ରହିବ। ପରିବାରରେ କଳହ, ଝଗଡ଼ା ଆଦିର ସ୍ଥିତି ଦୂର ହେବ। ସମ୍ପର୍କ ଦୃଢ଼ ହେବ।

ମିଥୁନ: ମା’, ବାପାଙ୍କ ଆଶୀର୍ବାଦରୁ କୌଣସି ନୂଆ ଡିଲ୍‌ ଫାଇନାଲ କରିବେ। ଆପଣଙ୍କ ଉନ୍ନତି ରାସ୍ତାରେ ବାଧା ଆସିପାରେ।

କର୍କଟ: ଆପଣଙ୍କର ନୂଆ ଘର, ଦୋକାନ କିଣିବାର ସ୍ୱପ୍ନ ପୂରା ହେବ। ସନ୍ତାନ ପାଇଁ କୌଣସି ଉପହାର ଆଣିପାରନ୍ତି।

ସିଂହ: ସାମାଜିକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଏକ ନୂଆ ପରିଚୟ ମିଳିବ। ବ୍ୟବସାୟରେ କିଛି ପରିବର୍ତ୍ତନ କରିପାରନ୍ତି।

କନ୍ୟା: ଆଜି ଆପଣ ବହୁତ ବ୍ୟସ୍ତ ରହିବେ। ଜୀବନସାଥୀଙ୍କ ସହ ମତାନ୍ତର ଦୂର ହେବ। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ଲାଭ କରିବେ।

ତୁଳା: ସେୟାର ମାର୍କେଟ୍‌ରେ ନିବେଶ କରିବାଠୁ ଦୂରେଇ ରୁହନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପରିବାରରେ ବିବାଦ ଆସିପାରେ।

ବିଛା: କୌଣସି ବିଶେଷ କାର୍ଯ୍ୟ ପାଇଁ ଆପଣ ଦୂର ଯାତ୍ରା କରିବାକୁ ପଡ଼ିପାରେ। ସନ୍ତାନକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ସୁଖମୟ ହେବ। ଆପଣ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ପୁରୁଣା ବନ୍ଧୁ ଖୁସି ଖବର ଆଣିବେ।

ମକର: ଆପଣଙ୍କର ପରିଶ୍ରମ ଓ ଜୋଶ୍‌ ଦେଖି ଆପଣଙ୍କ ସାଥୀ ଆଶ୍ଚର୍ଯ୍ୟ ହେବେ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ପରିବର୍ତ୍ତନ କରିବେ। ଜୀବନରେ ଖୁସି ଆସିବ। ଜୀବନସାଥୀଙ୍କ ପାଇଁ ଆପଣ କିଛି ଉପହାର ଆଣିବେ।

ମୀନ: ଦୂର ଯାତ୍ରା ହେତୁ ଥକ୍କାପଣ ଅନୁଭବ ହେବ। କାର୍ଯ୍ୟକ୍ଷେତ୍ରରେ ବଡ଼ ଅଫର୍‌ ମିଳିପାରେ। ଆପଣଙ୍କ ପଦୋନ୍ନତି ହୋଇପାରେ।

Exit mobile version