Site icon ଆଜିକାଲି

ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡରୁ କାଠ ଯୋଗାଣ ଆରମ୍ଭ

ନୟାଗଡ଼ : ଶ୍ରୀପଞ୍ଚମୀ ପୂର୍ବରୁ ପୁରୀ ଗଲା ରଥ କାଠ । ଚଳିତବର୍ଷ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ନୟାଗଡ଼ ବନଖଣ୍ଡରୁ କାଠ ଯୋଗାଣ ଆରମ୍ଭ ହୋଇଛି । ଆଜି ପ୍ରଥମ ପର୍ଯୟାୟରେ ତିନୋଟି ଟ୍ରକରେ ୧୦୪ଖଣ୍ଡ କାଠ ଲଗ୍ ପଠାଯାଇଛି । ଏଥିରେ ୩୩ ଖଣ୍ଡ ଧଉରା ଏବଂ ୭୨ ଖଣ୍ଡ ଅସନ କାଠ ଲଗ୍ ରହିଛି । ସେଥିମଧ୍ୟରୁ ଅସନ ୧୨ଫୁଟିଆ ୧୮ଖଣ୍ଡ ଏବଂ ୨୦ଫୁଟିଆ ୧୫ ଖଣ୍ଡ ରହିଛି । ସେହିପରି ଧଉରା ୧୨ଫୁଟିଆ ୪୪ ଖଣ୍ଡ ଏବଂ ୨୦ ଫୁଟିଆ ୨୭ ଖଣ୍ଡ ରହିଛି ।

ଶନିବାର ସକାଳେ ଦଶପଲ୍ଲା ମହାବୀର ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା କରାଯିବାପରେ ଟ୍ରକ୍ ଦୁଇଟି ଯାତ୍ରା ଆରମ୍ଭ କରିଥିଲା । ମଧ୍ୟାହ୍ନରେ ନୟାଗଡ ପୁରୁଣା ସହରରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ଡି.ଏଫ୍.ଓ ଏବଂ ଅନ୍ୟ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ କାଠ ବୋଝେଇ ଟ୍ରକ୍ ବାହାରିବ ।

Exit mobile version