Site icon ଆଜିକାଲି

କେନ୍ଦୁଝର ହ୍ୟାଣ୍ଡବଲ କୁ ସହାୟତା ର ହାତ ବଢାଇଲା ଭୁବନେଶ୍ଵର ସ୍ଥିତ ସ୍ପୋଷ୍ଟ ସାଇନସ ଇଣ୍ଡିଆ

କେନ୍ଦୁଝର, କେନ୍ଦୁଝରରେ ସୁନାମଧନ୍ୟ ଖେଳ ସଂସ୍ଥା ମଧ୍ୟରୁ ହ୍ୟାଣ୍ଡବଲ ଅନ୍ୟତମ। ବହୁ ବାଧା ବିଗ୍ନ ସତ୍ଵେ କେନ୍ଦୁଝର ହ୍ୟାଣ୍ଡବଲ ସମଗ୍ର ରାଜ୍ୟରେ ନିଜର ସ୍ଵତନ୍ତ୍ରତା ବଜାଇ ରଖିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ହ୍ୟାଣ୍ଡବଲ ପାଇଁ ଏକ ସୁସଜିତ ଅତ୍ୟାଧୁନିକ ସିନଥେଟିକ ଷ୍ଟାଡିୟମ ଯୋଗାଇ ଦେଇଛି । ଯେଉଁଥିରେ ବର୍ତ୍ତମାନ ୧୦୦ ଜଣ ପାଖାପାଖି ଖେଳାଳୀ ଯୋଗ ଦେଇଛନ୍ତି । ହେଲେ ଏତେ ପିଲାଙ୍କୁ ଖେଲ ସିଖାଇବାକୁ ଜଣେ ବି କେହି ସରକାରୀ ପ୍ରଶିକ୍ଷକ ନାହାନ୍ତି । ଏହି ପଡିଆରେ ଖେଳି ଖେଳ ଛାଡିଥିବା କିଛି ସିନିୟର ଖେଳାଳୀଙ୍କ ସହାୟତାରେ ନୂତନ ପିଲା ଖେଳ ସିଖୁଛନ୍ତି । ବର୍ତ୍ତମାନ ଯାଏ ଏହି ପଡ଼ିଆ ର ପୂର୍ବତନ ଖେଳାଳୀଙ୍କ ସହଯୋଗରେ ହ୍ୟାଣ୍ଡବଲ ଜିବିତ ଅଛି । ଏହି ପରିପ୍ରେକ୍ଷି ରେ ଏହି ପଡିଆର ପୂର୍ବତନ ଖେଳାଳୀ ତଥା ବର୍ତ୍ତମାନର ସୁନାମ ଧନ୍ୟ ଅସ୍ତିଶଲ୍ୟ ଡାକ୍ତର ଡ଼ଃ ସାର୍ଥକ ପଟ୍ଟନାୟକ କେନ୍ଦୁଝର ହ୍ୟାଣ୍ଡବଲ ସହ ଯୋଡ଼ିହୋଇଛନ୍ତି । ତାଙ୍କର ସ୍ପୋଷ୍ଟ ସାଇନସ୍ ଇଣ୍ଡିଆ ନାମକ ସଂସ୍ଥା କେନ୍ଦୁଝରରେ ହ୍ୟାଣ୍ଡବଲ ଖେଳାଳୀ ଙ୍କୁ ମାଗଣାରେ ଖେଳ ଉପକରଣ ସହ ପିଲାଙ୍କୁ ଶାରିରୀକ ପ୍ରଶିକ୍ଷଣ ଯୋଗାଇ ଦେବ । ପ୍ରତ୍ୟେକ ମାସ ଏହି ସଂସ୍ଥାର ପ୍ରଶିକ୍ଷକ ଦୁଇ ଦିନ ଏହି ପଡ଼ିଆକୁ ଆସି ପିଲାଙ୍କୁ ଖେଳରେ କିପରି କମ ଆଘାତ ଲାଗିବ ଓ ଆଘାତ ଲାଗିଲେ କଣ କରିବେ ତାକୁ ନେଇ ପ୍ରଶିକ୍ଷଣ ଦେବେ । ଆଜି ଡ଼ଃ ସାର୍ଥକ ପଟ୍ଟନାୟକ କେନ୍ଦୁଝର ହ୍ୟାଣ୍ଡବଲ ପଡ଼ିଆକୁ ଆସି ପିଲାଙ୍କୁ ଜର୍ଷି ଓ ବଲ ପ୍ରଦାନ କରିଥିଲେ । ସେ ପୂର୍ବରୁ ଏଠାରେ ଖେଳୁଥିବାରୁ ପିଲାଙ୍କ ସହ ମିଶି କିଛି ସମୟ ଖେଳିଥିଲେ । ଏଥିରେ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସଭାପତି ରଂ. ବସନ୍ତ କୁମାର ଦାନି , ସଂମ୍ପାଦକ ରିତିକ ଅଧିକାରୀ ଉପସ୍ଥିତ ଥିଲେ ।

Exit mobile version