Site icon ଆଜିକାଲି

ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ୍ ; ୭ ରାଜ୍ୟରେ ନିଯୁକ୍ତ ହେବେ ନୂଆ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ୭ ରାଜ୍ୟର ହାଇକୋର୍ଟଙ୍କୁ ମିଳିବ ନୂଆ ମୁଖ୍ୟ ବିଚାରପତି । ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ କଲେଜିୟମ ବମ୍ବେ, ଗୁଜରାଟ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଣିପୁର, ଓଡ଼ିଶା ଏବଂ କେରଳ ହାଇକୋର୍ଟରେ ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି । ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼, ନ୍ୟାୟଧୀଶ ଜଷ୍ଟିସ୍ ସଞ୍ଜୟ କେ, କୌଲ ଏବଂ ନ୍ୟାୟଧୀଶ ଜଷ୍ଟିସ ସଞ୍ଜୀବ ଖାନାଙ୍କ ତିନି ସଦସ୍ୟ କଲେଜିୟମ ଜଷ୍ଟିସ୍ ସୁନିତା ଅଗ୍ରଓ୍ବାଲଙ୍କୁ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ୭ ରାଜ୍ୟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ । ବର୍ତ୍ତମାନ ସମୟରେ କୌଣସି ହାଇକୋର୍ଟରେ ମହିଳା ମୁଖ୍ୟ ବିଚାରପତି ନାହାନ୍ତି । ଜଷ୍ଟିସ୍ ସୁନିତା ଅଗ୍ରଓ୍ବାଲଙ୍କୁ ନିଯୁକ୍ତି ମିଳିବା ପରେ ହାଇକୋର୍ଟରେ ପ୍ରଥମ ମହିଳା ବିଚାରପତି ହେବେ । ବୁଧବାର କଲେଜିୟମ ବୈଠକରେ ଆହ୍ଲାବାଦ ଉଚ୍ଚ ଅଦାଲତର ନ୍ୟାୟଧୀନ ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟଙ୍କୁ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ ହୋଇଛି ।

ସେହିପରି କଲେଜିୟମ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଆଲୋକ ଆରୋଧାଙ୍କୁ ତେଲଙ୍ଗାନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଭାବେ ଅବସ୍ଥାପିତ କରାଯିବ । ସେହିପରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ପାଇଁ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଧୀରଜ୍ ସିଂହ ଠାକୁରଙ୍କ ନାଁକୁ ସୁପାରିସ୍ କରାଯାଇଛି । ଦିଲ୍ଲୀର ଉଚ୍ଚ ନ୍ୟାୟାଳୟର ନ୍ୟାୟଧୀଶ ଜଷ୍ଟିସ ସିଦ୍ଧାର୍ଥ ମୁଦୁଲଙ୍କୁ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପିତି ଭାବେ ନିୟୁକ୍ତ ହେବେ । ସେହିପରି ଓଡ଼ିଶା ହାଇକୋର୍ଟରେ ବିଚାରପତି ଜଷ୍ଟିସ୍ ଶୁଭାଶିଷଙ ତାଳପତ୍ରଙ୍କ ନାଁକୁ ସୁପାରିସ୍ କରାଯାଇଛି । ସେ ପୂର୍ବରୁ ତ୍ରିପୁରା ହାଇକୋର୍ଟର ବିଚାରପତି ଥିଲେ । ଗୁଜୁରାଟ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଜଷ୍ଟିସ୍ ଆଶିଷ୍ ଜେ ଦେଶାଇଙ୍କୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ।

Exit mobile version