Site icon ଆଜିକାଲି

‘ଜଲ୍ଲିକଟୁ’କୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ: ତାମିଲନାଡୁର ପାରମ୍ପରିକ ଜଲ୍ଲିକଟୁ କ୍ରୀଡ଼ାକୁ ମିଳିଛି ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ । ଏନେଇ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ।

ଜଲ୍ଲିକଟୁ କ୍ରୀଡ଼ା ସଂକ୍ରାନ୍ତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାୟର ସବୁ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଜଲ୍ଲିକଟୁ କ୍ରୀଡ଼ାରେ ପଶୁମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରାଯାଉଥିବା ଦର୍ଶାଇ ଏହାକୁ ବ୍ୟାନ୍ କରିବାକୁ ଦାବି ହୋଇଥିଲା । ଜଲ୍ଲିକଟୁ ଖେଳ ରାଜ୍ୟର ସାଂସ୍କୃତିକ ଐତିହ୍ୟର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି କରିଥିଲେ ତାମିଲନାଡୁ ସରକାର ।

ଏହି ଆଇନକୁ ବଜାୟ ରଖିବା ପାଇଁ ରାୟ ପ୍ରକାଶ କଲାବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଲ୍ଲିକଟୁ ପରମ୍ପରା ବହୁ ଶତାବ୍ଦୀ ଧରି ଚାଲିଆସୁଛି। ଏନେଇ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି । ତେଣୁ ଏବେ ଏଥିରେ ହସ୍ତକ୍ଷେପ କରିବା ଠିକ୍ ହେବନି। ତାମିଲନାଡୁ ସରକାରଙ୍କ ଆଇନରେ କୌଣସି ତ୍ରୁଟି ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ବୈଧ ।

ଜଲ୍ଲିକଟୁ ସାଂସ୍କୃତିକ ଐତିହ୍ୟର ଅଂଶବିଶେଷ କି ନାହିଁ ତାହା ସ୍ଥିର କରିବାକୁ ବ୍ୟବସ୍ଥାପିକା ହିଁ ଯୋଗ୍ୟ ସଂସ୍ଥା ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

Exit mobile version