Site icon ଆଜିକାଲି

ଲିଭ୍-ଇନ୍ ସମ୍ପର୍କର ବାଧ୍ୟତାମୂଳକ ପଞ୍ଜିକରଣ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲିଭ୍-ଇନ୍ ସମ୍ପର୍କ କ୍ଷେତ୍ରରେ ବାଧ୍ୟତାମୂଳକ ପଞ୍ଜିକରଣ ପାଇଁ ଏକ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି ।

ଏହି ଆବେଦନ ଶୁଣାଣି କରି ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଏକ ଖଣ୍ଡପୀଠ ଆବେଦନକାରୀ ଓକିଲ ମମତା ରାନୀଙ୍କୁ ପଚାରିଥିଲେ ଯେ ସେ ଏହି ଲୋକଙ୍କ ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି ନା ସେମାନେ ଲିଭ-ଇନ୍ ସମ୍ପର୍କରେ ନ ରହିବାକୁ ଚାହୁଁଛନ୍ତି ? ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ ଏପରି ଆବେଦନi ଉପରେ ବିରକ୍ତି ପ୍ରକାଶ କରିଥିଲେ | ଲୋକମାନେ ଯେକୌଣସି ମାମଲା କୋର୍ଟକୁ ଆଣୁଛନ୍ତି ବୋଲି କହି ସେ ଏହି ଆବେଦନକୁ ଖାରଜ କରିଥିଲେ। ଆବଶ୍ୟକ ସ୍ଥଳେ ସେ ଏଭଳି ମାମଲାରେ ଏଣିକି ଜରିମାନା ଆଦାୟ ଆରମ୍ଭ କରିବେ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।

ଲିଭ-ଇନ୍ ସମ୍ପର୍କ ପଞ୍ଜୀକରଣ ପାଇଁ ନିୟମ ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଓକିଲ ମମତା ରାନୀ ଆବେଦନ କରିଥିଲେ। ଲିଭ-ଇନ୍ ପାର୍ଟନରଙ୍କ ଦ୍ୱାର ବଳାତ୍କାର ଓ ହତ୍ୟା ଭଳି ଅପରାଧ ଘଟୁଛି ବୋଲି ସେ ଅଭିଯୋଗ କରିଥିଲେ। ତାଙ୍କର ଏହି ଆବେଦନରେ ସେ ଶ୍ରଦ୍ଧା ୱାକରଙ୍କ ପରି ସାମ୍ପ୍ରତିକ ମାମଲା ସମ୍ପର୍କରେ ଉଲ୍ଲେଖ କରିଥିଲେ ଯିଏକି ତାଙ୍କ ଲିଭ-ଇନ୍ ପାର୍ଟନର ଆଫତାବ୍ ପୁନାୱାଲାଙ୍କ ଦ୍ୱାରା ହତ୍ୟାର ଶିକାର ହୋଇଥିଲେ ।

Exit mobile version