Site icon ଆଜିକାଲି

ସୁରମା ପାଢ଼ୀ ହେବେ ବାଚସ୍ପତି

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଶପଥ ଗ୍ରହଣ ଉତ୍ସବ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେତୃତ୍ବରେ ସରକାର ଗଠନ ପାଇଁ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଶପଥପାଠ କରିବା ପରେ ନୂଆ ବାଚସ୍ପତିଙ୍କ ନାମ ଚର୍ଚ୍ଚାକୁ ଆସିଛି। ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ତାଙ୍କ ନାଁକୁ ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେପି ନେତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ବାଚସ୍ପତି ହେବା ନେଇ ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଖୁବ ଶୀଘ୍ର ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

Exit mobile version