Site icon ଆଜିକାଲି

ଆଜି ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଏୟାର ସୋ ଅଭ୍ୟାସ

ଭୁବନେଶ୍ୱର : ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ । ବାୟୁସେନାର ୨ଟି ବିମାନ ବୁଧବାର କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିବ ।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ‘ସୂର୍ଯ୍ୟକିରଣ’ ଏୟାର ସୋ’ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଲୋକେ ଯେପରିକି ସୁରୁଖୁର ଭାବେ ବସି ଏବଂ ଠିଆ ହୋଇ ଏହି ସୋ’କୁ ଦେଖିବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା ହୋଇଛି । ଏହା କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ ବ୍ୟବସ୍ଥା କରାଯାଇଛି । ଏଥିରେ ୨୦ ପ୍ଲାଟୁନ ଫୋର୍ସ, ୧୦୦ ରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ । ପଚାଶ ହଜାରରୁ ଅଧିକ ଲୋଙ୍କକ ସମାଗମ ହେବାକୁ ଥିବାରୁ ଟ୍ରାଫିକ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

Exit mobile version