Site icon ଆଜିକାଲି

ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର : ବାୟୁସେନା ପକ୍ଷରୁ ଓଡ଼ିଶାରେ ସୂର୍ଯ୍ୟକିରଣ ସୋ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ । ସେ କହିଛନ୍ତି ଭୁବନେଶ୍ୱର ଓ ପୁରୀରେ ସୂର୍ଯ୍ୟକିରଣ ସୋ କରାଯିବ । ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ଏବଂ ୧୮ ତାରିଖରେ ପୁରୀର ରାଜଭବନ ଉପରେ ସୋ କରାଯିବା ନେଇ ଭୁବନେଶ୍ୱର ଏୟାରପୋର୍ଟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏନେଇ ପ୍ରତିରକ୍ଷା ବିଶେଷଜ୍ଞ ତଥା ଏୟାର କମୋଡର ତୁଷାରକାନ୍ତି ରଥ କହିଛନ୍ତି ଯେ, ଏଭଳି ସୋ ଓଡ଼ିଶାର ଯୁବପିଢିଙ୍କୁ ଏୟାରଫୋର୍ସରେ ଯୋଗ ଦେବାକୁ ଅଧିକ ଉତ୍ସାହିତ କରିବ । ଏପରି ସୋ ୧୯୭୮-୭୯ରେ ଆରମ୍ଭ ହୋଇଥିଲା । ଏହାକୁ ଥଣ୍ଡରବୋଲ୍ଡ କୁହାଯାଉଥିଲା ।

Exit mobile version