Site icon ଆଜିକାଲି

ବିଜେପିରୁ ସୁଶାନ୍ତଙ୍କ ଇସ୍ତଫା

ବରଗଡ଼: ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ତଥା ଭଟଲି ନିର୍ବାଚନ ମଣ୍ଡଳୀ ବିଧାନସଭା ଆଶାୟୀ ପ୍ରାର୍ଥୀ ଥିବା ସୁଶାନ୍ତ ମିଶ୍ର ବିଜେପିରୁ ଇସ୍ତଫା ଦେଇଛନ୍ତି । ଦଳ ତାଙ୍କୁ କ୍ରମାଗତ ଭାବରେ ଅଣଦେଖା କରିଥିବା ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଏନେକ ସେ ଜିଲ୍ଲା ସଭାପତି ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଜରିଆରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତେବେ ସେ ଆଗାମୀ ପଦକ୍ଷେପ କଣ ନେବେ ସେନେଇ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବିଜେଡିରେ ଯୋଗଦାନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

Exit mobile version