Site icon ଆଜିକାଲି

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର : ଭୁବନେଶ୍ବର ତମାଣ୍ଡୋ ଥାନା ଅନ୍ତର୍ଗତ ଭାଗବାନପୁରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ତମାଣ୍ଡୋ ଥାନାରେ ନବବଧୂ ହତ୍ୟା ଅଭିଯୋଗ ହୋଇଛି। ଘଟଣାରେ ଜଡ଼ିତ ବୋଲି କୁହାଯାଉଥିବା ଶଶୁର ଓ ସ୍ବାମୀ ଫେରାର ଥିବାର ସୂଚନା ମିଳିଛି।

ଅଭିଯୋଗ ମୁତାବକ ୨୦୨୧ ମସିହା ଜାନୁଆରୀ ୨୦ ତାରିଖରେ ନିଆଳି ବାଆରାଣାର ସୁଶ୍ରୀ ସଙ୍ଗୀତା ବସ୍ତିଆ ନୂଆ ଗାଁ ଗୋବିନ୍ଦପୁରଠାରେ ବାହା ହୋଇଥିଲେ। ପୁଅ ପ୍ରବୀଣ ଚନ୍ଦ୍ର ନାୟକ ପୂର୍ବରୁ ମାଇନ୍ସରେ କାମ କରୁଥିଲେ ବୋଲି ପୁଅଘର ଲୋକ କହିଥିଲେ। କିନ୍ତୁ ସେ ପାଣି ଫ୍ୟାକ୍ଟ୍ରି କରିଥିବା ବେଳେ ସୁଶ୍ରୀ ସଙ୍ଗୀତା ଭୁବନେଶ୍ୱରର ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ। ସେମାନେ ଭୁବନେଶ୍ୱର କଳିଙ୍ଗ ନଗର କେ ନାଇନରେ ଭଡ଼ା ଘରେ ରହୁଥିଲେ। ଗତ ସୋମବାର ରାତି ୧୦ଟାରେ ଝିଅ ଘରକୁ ଫୋନ ଯୋଗେ ଖବର ଯାଇଥିଲା ତୁମ ଝିଅ ଦେହ ଖରାପ ଅଛି । ଖବର ପାଇ ସଙ୍ଗୀତା ପରିବାର ଲୋକେ ମେଡ଼ିକାଲରେ ପହଞ୍ଚିଥିଲେ । ସେଠାରେ ଝିଅ ଆତ୍ମହତ୍ୟା କରିଥିବା ଶ୍ୱଶୁର ଘର ଲୋକେ କହିଥିଲେ । ଏନେଇ ବାପ ଘର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Exit mobile version