Site icon ଆଜିକାଲି

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କଲା ସ୍ୱାସ୍ଥ୍ୟମିତ୍ର ସଂଘ କେନ୍ଦୁଝର

କେନ୍ଦୁଝର, ଆଜି ୮ଦଫା ଦାବିନେଇ କେନ୍ଦୁଝର ଜିଲ୍ଲାପାଳଙ୍କ ଜରିଆରେ  ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ଦେଲେ ସ୍ୱାସ୍ଥ୍ୟମିତ୍ର ସଂଘ କେନ୍ଦୁଝର ଶାଖାର କର୍ମୀ ମାନେ । ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବାହ୍ୟ ଠିକା ସଂସ୍ଥାକୁ ଉଛେଦ, ସମସ୍ତ ସ୍ୱାସ୍ଥ୍ୟମିତ୍ର ମାନଙ୍କ ଚାକିରୀ କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଅନ୍ତର୍ଭୁକ୍ତ କରି ନିୟମିତ କରିବା, ଏମାନେ ଉଚ୍ଚ କୁଶଳୀ ଶ୍ରମିକ ବର୍ଗରେ ଯାଉଥିବାରୁ ଏଣୁ ଗ୍ରୁପ ସି ହିସାବରେ ସର୍ବ ନିମ୍ନ ଦରମା ୩୦ ହଜାର ଟଙ୍କା କରିବା, ସମସ୍ତ ସରକାରୀ ଛୁଟି ସହ ଇଏଲ ସିଏଲ ଏବଂ ଏମଲ ଭଳି ଛୁଟି ଦେବା, ମାତୃ କାଳୀନ ଛୁଟି ଓ ପିତୃ କାଳୀନ ଛୁଟି ପରଦାନ ପରି ୮ଦଫା ଦାବି ରହିଛି ।  ସଂଘ ଜିଲ୍ଲା ମୁଖ୍ୟ ହୃଷିକେଶ ମହାନ୍ତ ଙ୍କ ନେତୃତ୍ୱରେ ହେମନ୍ତ ମହାନ୍ତ, ଗୌତମ ଲୋହାର, ଖିତିଶ ମହାନ୍ତ, ତୁଷାର କାନ୍ତ ମହାନ୍ତ, ଶୁଭଲଷ୍ମୀ ବେହେରା, ଆନନ୍ଦିତା ମହାନ୍ତ, ଶୈଳବାଳା ମହାନ୍ତ, ଅଜୟ ଜେନା, ଦିବ୍ୟ ନାଏକ ତଥା ଅନ୍ୟମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Exit mobile version