Site icon ଆଜିକାଲି

କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ର ତାଲିମ ଶିବିର

କେନ୍ଦୁଝର, କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ଆନୁକୂଲ୍ୟରେ କେନ୍ଦୁଝର ଷ୍ଟାଡିୟମ ଠାରେ ଦୁଇଦିନିଆ ତାଇକୋଣ୍ଡ ତାଲିମ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ଶିବିରରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀଙ୍କୁ ପୁମ୍‌ସି ଓ ଆଡଭାନ୍ସ ଫାଇଟିଂ ଟେକନିକ୍ ଓ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଆତ୍ମରକ୍ଷା କୌଶଳ ସମ୍ପର୍କରେ ତାଲିମ ଦିଆଯାଇଥିଲା। ଏଥିସହିତ ଓଡ଼ିଶା ତାଇକୋଣ୍ଡ ଆସୋସିଏସନ୍‌ ର ସମ୍ପାଦକ ତଥା ସେଭେନ ଡାନ୍ ଇଣ୍ଟରନ୍ୟାସନାଲ ଗ୍ରାଣ୍ଟମାଷ୍ଟର ଗୋପାଳ ଚନ୍ଦ୍ର ରାୟଙ୍କ ଦ୍ବାରା କଲର ବେଲ୍ଟ ଟେଷ୍ଟ ଦେଇ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପ‌ତ୍ର ଓ କଲର ବେଲ୍ଟ ପ୍ରଦାନ କରାଯାଇଥିଲା । କଲର ବେଲ୍ଟ ଟେଷ୍ଟରେ ପାସ କରିଥିବା ଛାତ୍ରଛାତ୍ରୀମାନେ ହେଲେ –କୃତିକାବ୍ୟ ଦାସ, ସେକ ଜୋହା କୂଳସୁମ , ରିଧିମା ଲାୟକ,ସତ୍ୟବ୍ରତ ଜେନା,ନିଖିଳ ଦାସ, ପୁଷ୍ପିତା ବାରିକ ,ଶ୍ରେୟାସ୍ମିତା ସାହୁ , ଜୟସ୍ମିତା ସାହୁ ,ଗିରିଜା ଶଙ୍କର ମହାନ୍ତ , ସମର୍ପିତ ସ୍ୱାଇଁ ,କୌଶିକ ସାହୁ ,ତନୁଶ୍ରୀ ନାୟକ ,ରିତେଶ ଗୁପ୍ତା , ନିସ୍ତାରିଣୀ ବେହେରା ,ରାଜଶ୍ରୀ ସାହୁ ଶୁଭ୍ରଜିତ ସାହୁ ଓ ଆୟୁଷ ନାଏକ କେନ୍ଦୁଝର ଜିଲା ଆମେଚର ତାଇକୋଣ୍ଡ ଆସୋସିଏସନ୍ ର ସଭାପତି ପ୍ରଦୀପ ମହାନ୍ତି, ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକ, ସିନିୟର ବ୍ଲାକବେଲ୍ଟ ଟଙ୍କଧର ନାଏକ, ମନୋଜ ପାତ୍ର, ଦିଗବିଜୟ ବେହେରା, ପାର୍ଥ ସାରଥୀ ସାହୁ , ଦେବରାଜ ସାହୁ, ଆସ୍ଥାମଣି ମଝି ଓ ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Exit mobile version