Site icon ଆଜିକାଲି

ଭିଜିଲାନ୍ସ ଜାଲରେ ତହସିଲଦାର, ଚେକ୍‌ ଜରିଆରେ ଲାଞ୍ଚ ନେବାବେଳେ ଗିରଫ

କରଞ୍ଜିଆ : ଲାଞ୍ଚ ନେବା ତହସିଲଦାରଙ୍କ ପାଇଁ ପଡିଲା ମହଙ୍ଗା । ଗିରଫ ହେଲେ କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ । ଲାଞ୍ଚ ନେବା ଅଭିଯୋଗରେ ଚାର୍ଲ୍ସଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ତହସିଲଦାର ଜଣଙ୍କ ଚେକ୍‌ ଜରିଆରେ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏନ୍‌ଏଚଏଆଇ ଦ୍ବାରା ମିଳିବାକୁ ଥିବା କ୍ଷତିପୂରଣ ରାଶି ବାବଦକୁ ୫୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା କରାଇ ଦେବାକୁ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେଉଥିଲେ । ମଙ୍ଗଳବାର ତାଙ୍କୁ ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବ ।

Exit mobile version