Site icon ଆଜିକାଲି

ବ୍ରହ୍ମପୁର ଏସପି ଭାବେ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କ ଦାୟିତ୍ବ ଗ୍ରହଣ

ବ୍ରହ୍ମପୁର – ଆଜି ବ୍ରହ୍ମପୁର ଏସପି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ସାର୍ଥକ ଷଡ଼ଙ୍ଗୀ । ସେ ସର୍ଭଣା ବିବେକ ଏମଙ୍କ ସ୍ଥାନ ନେଇଛନ୍ତି । ଆଗାମୀ ନିର୍ବାଚନ ଦୃଷ୍ଟିରୁ ନିର୍ବାଚନ କମିଶନଙ୍କ ଆଇପିଏସ ସ୍ତରରେ ଅଦଳବଦଳ ପ୍ରକ୍ରିୟାରେ ୨୦୦୭ ଆଇପିଏସ ସାର୍ଥକ ଷଡ଼ଙ୍ଗୀଙ୍କୁ ବ୍ରହ୍ମପୁର ଏସପି ଭାବେ ଅବସ୍ଥାପିତ କରାଯାଇଛି। ସାର୍ଥକ ଷଡ଼ଙ୍ଗୀ ଅଗ୍ନିଶମ ଡିଆଇଜି ଥିଲେ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ କମିଶନ ଗତ ୩ ତାରିଖରେ ଖୋର୍ଦ୍ଧା ଏସପି ଯୁଗଳ କିଶୋର ବାନୋଥ ଓ ବ୍ରହ୍ମପୁର ଏସପି ସର୍ଭଣା ବିବେକ୍ ଏମଙ୍କ ସମେତ ଅନ୍ୟ ୪ଜଣ ଆଇପିଏସ୍ ଓ ୨ଜଣ ଆଇଏସଙ୍କୁ ନିର୍ବାଚନ କାର୍ଯ୍ୟରୁ ଦୂରେଇ ରଖବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ରାଜ୍ୟ ସରକାରଙ୍କୁ ଏସବୁ ପଦବୀରେ ନିଯୁକ୍ତି ଦେବା ନିମନ୍ତେ ଅଫିସରଙ୍କ ୩ ଜଣିଆ ତାଲିକା ପଠାଇବାକୁ କହିଥିଲେ । ଉକ୍ତ ତାଲିକା ଆଧାରରେ ନିର୍ବାଚନ କମିଶନ ୨ଜଣ ଆଇପିଏସଙ୍କୁ ବ୍ରହ୍ମପୁର ଓ ଖୋର୍ଦ୍ଧା ଏସପି ଭାବେ ମନୋନୀତ କରିଛନ୍ତି ।

Exit mobile version