Site icon ଆଜିକାଲି

ତାଳଧ୍ଵଜ ରଥ ଦଉଡି ଛିଡି ଗୁରୁତର ଆହତ ଭୋଇ ସେବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ୱର/ପୁରୀ : ବାହୁଡ଼ା ଦିନ ପୁରୀରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଆହତ ହୋଇଥିବା ଭୋଇ ସେବକ ନକୁଳ ଭୋଇଙ୍କ ଆଜି ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ନକୁଳ ।

ବାହୁଡ଼ା ଯାତ୍ରା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ି ଛିଡ଼ି ଯାଇଥିଲା। ଦୁର୍ଘଟଣାରେ ଭୋଇ ସେବାୟତ ନକୁଳଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ରଥ ଦଉଡିଟି ନକୁଳଙ୍କ ମୁହଁରେ ବାଜି ଥିଲା। ତାଙ୍କ ଦାନ୍ତ ଓ ମାଡ଼ିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Exit mobile version