Site icon ଆଜିକାଲି

ବାଇକକୁ ଧକ୍କା ଦେଲା ଟ୍ୟାଙ୍କର, ୨ ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ଟ୍ୟାଙ୍କର ଧକ୍କାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଭବାନୀ ପ୍ରସାଦ ମହାପାତ୍ର ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟ ଜଣେ ମୃତକଙ୍କର ପରିଚୟ ମିଳିପାରିନାହିଁ। ଉଭୟ ସମ୍ପର୍କରେ ସଢୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ ସାନ ସଢୁର ଝିଅ ଏକୋଇସାକୁ ବଡ ସଢୁ ଲଳିତଗିରିକୁ ଯାଇଥିଲେ। ଆଜି ସକାଳେ ସାନ ସଢୁ ବଡ଼ ସଢୁଙ୍କୁ ବାଇକ ଯୋଗେ ପାରାଦୀପ ଛାଡ଼ିବାକୁ ଆସୁଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ୟାଙ୍କର ଉଭୟଙ୍କୁ ଧକ୍କା ଦେଇଥିଲା। ଉଭୟ ତଳେ ପଡିଯାଇଥିଲେ। ଏବଂ ଟ୍ୟାଙ୍କରଟି ଉଭୟଙ୍କ ଉପରେ ଚଢିଯାଇଥିଲା। ଦୁର୍ଘଟଣା ପରେ ଟ୍ୟାଙ୍କର ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ ମାରିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Exit mobile version