Site icon ଆଜିକାଲି

ଜଗନ୍ନାଥ ସଂସ୍କୃତୀ ରୁ ସୃଷ୍ଟି ମା ତାରିଣୀ ବ୍ରତ । ଯାହା ରଥରୁ ବାହୁଡା ମଧ୍ୟ ରେ ପାଳିତ ହୁଏ ।  

କେନ୍ଦୁଝର, (ନିପ୍ର) ରଥ ଯାତ୍ରାରୁ ବାହୁଡା ମଧ୍ୟ୍ୟରେ ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥ ସମସ୍ତ ବିପଦରୁ ମୁକ୍ତ ରହିବା ପାଇଁ ପ୍ରଭୁ ମା ତାରିଣୀ ଙ୍କ ବ୍ରତ କରିଥିଲେ । ତେଣୁ ରଥଯାତ୍ରା ଠାରୁ ବାହୁଡା ମଧ୍ୟ୍ୟରେ ଶ୍ରୀଜିଉ ମାଉସୀ ମା ମନ୍ଦିରରେ ଥିବା ସମୟରେ ମଙ୍ଗଳବାରରେ ଏହି ବ୍ରତକୁ ମହିଳା ମାନେ ବିଭିନ୍ନ ଶକ୍ତି ପିଠରେ ତାରିଣୀ ବ୍ରତ ଭାବେ ପାଳନ କରିଥାନ୍ତି । ଏହି ତାରିଣୀ ବ୍ରତ ଅବସରରେ କେନ୍ଦୁଝର ମାଉସୀ ମା ମନ୍ଦିରରେ ହଜାର ହଜାର ସଂଖ୍ୟାରେ ମହିଳା ମାନେ ବ୍ରତ ପାଳନ କରି ନିଜ ପରବାର ପାଇଁ ମଙ୍ଗଳ କାମନା କରିଛନ୍ତି ।  ଏହି ବ୍ରତକୁ ମଧ୍ୟ  ବିପଦ ତାରିଣୀ ବ୍ରତ ବୋଲି ମଧ୍ୟ କୁହାଯାଇ ଥାଏ । ଏହି ବ୍ରତରେ ମହିଳା ମାନେ ମାଙ୍କୁ ସ୍ମରଣ କରି ୧୩ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରି ବ୍ରତ ବାନ୍ଧିବାର ପରମ୍ପରା ରହିଛି । ଏହି ଅବସରରେ ମାଙ୍କ ସ୍ନାନ ମାଜଣା ଓ ଯଥା ରିତୀ ନୀତିରେ ପୂଜା କରାଯିବା ସହ ମାଙ୍କ ନିରଟରେ ବ୍ରତ ପାଳନ ହୋଇଛି ।

Exit mobile version