Site icon ଆଜିକାଲି

ବିଦ୍ୟୁତ୍ କର୍ମଚାରୀମାନଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନର ଆହ୍ବାନ


କେନ୍ଦୁଝର, ଟାଟା ପାୱାର ନର୍ଥ ଓଡ଼ିଶା ବିତରଣ କମ୍ପାନୀ (ଟିପିଏନ୍‌ଓଡିଏଲ୍‌) ଅଧୁନରେ ୫ଟି ଜିଲ୍ଲାରେ କାର୍ଯ୍ୟ
କରୁଥିବା କର୍ମଚାରୀମାନେ ଚଳିତ ଜୁନ୍‌ ମାସ ୧୯ ତାରିଖରୁ ବିଭିନ୍ନ ପର୍ଯ୍ୟାୟରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗତ ୧୨ତାରିଖ ଦିନ ନେସ୍କୋ କୋଅର୍ଡିନେସନ୍‌ କମିଟି ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ନୋଟିସ୍ ଦିଆଯାଇଛି। କଂପାନୀ କର୍ତ୍ତୃପକ୍ଷ ଗତ ଜାନୁଆରୀ ୧୦ ତାରିଖ ଦିନ ୟୁନିୟନର ପ୍ରତିନିଧି ମାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନାର ସମସ୍ତ ସର୍ତ୍ତ କାର୍ଯ୍ୟକରୀ ନକରିବାରୁ ଶ୍ରମିକ କର୍ମଚାରୀଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘବର୍ଷ ଧରି ବୈଷୟିକ ଓ ଅଣବୈଷୟିକ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ୍ ଗ୍ରାହକ ଅନୁପାତରେ ଶ୍ରମିକ ନିଯୁକ୍ତି, ବେଆଇନ୍ ଭାବେ ସାମୁହିକ ବଦଳି ଆଦେଶକୁ ବାତିଲ, ଠିକା କର୍ମଚାରୀମାନଙ୍କ ମଜୁରୀରେ ଅସଂଗତି ଦୂର କରିବା, ସମାନ କାମକୁ
ସମାନ ମଜୁରୀ, କର୍ମଚାରୀମାନଙ୍କ ଭବିଷ୍ୟନିଧି ପାଣ୍ଠି ଓ ଇଏସ୍‌ଆଇ ଅର୍ଥ ନିୟମିତ ପଇଠ କରିବା, ନିମ୍ନମାନର ବିଦ୍ୟୁତ୍ ଉପକରଣ
ଯୋଗୁଁ ଓ ଦୁର୍ବଳ ଭିଭିଭୂମି କାରଣରୁ ଅଘୋଷିତ ବିଦ୍ୟୁତ୍‌କାଟ ବନ୍ଦ କରିବା, ଗ୍ରାହକମାନଙ୍କ ତ୍ରୁଟିଶୂନ୍ୟ ବିଦ୍ୟୁତ୍ ବିଲ୍ ପ୍ରସ୍ତୁତିରେ ଆବଶ୍ୟକୀୟ ଯୋଗ୍ୟତାସଂପନ୍ନ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପ୍ରଭୃତି ୯ ଦଫା ଦାବିପତ୍ର କର୍ତ୍ତୃପକ୍ଷଙ୍କୁ ଗତ ୬ ତାରିଖରେ ଦିଆଯାଇଥିଲା । କିନ୍ତୁ କର୍ତ୍ତୃପକ୍ଷଙ୍କ ଜିଦ୍‌ଖୋର ମାନସିକତା ଯୋଗୁଁ କର୍ମଚାରୀ କିମ୍ବା ବିଦ୍ୟୁତ୍ ଗ୍ରାହକମାନଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ ବୋଲି
ୟୁନିୟନ୍ ପକ୍ଷରୁ ଅଭିଯୋଗ ହୋଇଛି। ତେଣୁ ଚଳିତ ମାସ ୧୯ ତାରିଖ ଦିନ ବାଲେଶ୍ବର ର ରେମୁଣା ଗୋଲେଇସ୍ଥିତ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ
ଦପ୍ତର ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯିବ। ୨୧ ତାରିଖରୁ କଂପାନୀ କାର୍ଯ୍ୟରେ ଅସହଯୋଗ ଓ ୩୦ ତାରିଖରୁ ସମସ୍ତ ସର୍କଲ ଓ ଡିଭିଜନ୍ ଅଫିସ୍ ସମ୍ମୁଖରେ ଗଣଧାରଣା ଦେବାପାଇଁ ୟୁନିୟନ୍ ପକ୍ଷରୁ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି। ଶୁକ୍ରବାର ଦିନ ପୂର୍ବାହ୍ନରେ ନେସ୍କୋ ପାୱାର ଏଫ୍ଲୟିଜ୍ ୟୁନିୟନର ଆହ୍ବାନକ୍ରମେ ଟିପିଏନ୍‌ଓଡିଏଲ୍ ଅଧ୍ଵନରେ କାର୍ଯ୍ୟ କରୁଥିବା ଛଅଟି ଶ୍ରମିକ ସଂଘ ବିଦ୍ୟୁତ୍
କର୍ମଚାରୀମାନଙ୍କ ସାମଗ୍ରୀକ ସ୍ବାର୍ଥପାଇଁ ‘ଟିପିଏନ୍‌ଓଡିଏଲ୍‌ ଶ୍ରମିକ କର୍ମଚାରୀ ଏକତା ମଞ୍ଜ’ ନାମରେ ଏକ ନୂତନ ସଂଗଠନ ଗଠନ ହୋଇଛି । କେନ୍ଦୁଝର ରେ ୧୬/୦୬ ଶୁକ୍ରବାର ଠାରୁ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ମିଳିତ ମଞ୍ଚ ଆସନ୍ତା ୧୯ ତାରିଖ ଠାରୁ ପ୍ରସ୍ତାବିତ ଆନ୍ଦୋଳନରେ ଯୋଗଦେଇ ସଫଳ କରିବାକୁ ନିଷ୍ପତ୍ତି ନେଇଥିବାରୁ
ଶ୍ରମିକ ଓ ଗ୍ରାହକ ଏହି ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ପାୱାର ଏୟିଜ୍ ୟୁନିୟନର ସାଧାରଣ ସଂପାଦକ ରବୀନ୍ଦ୍ରନାଥ ବେରା ଓ କେନ୍ଦୁଝର ଜିଲ୍ଲା ବିଦ୍ୟୁତ୍ କର୍ମଚାରୀ ସଂଘର ସାଧାରଣ ସଂପାଦକ ରାଜେଶ ଦାଶ ଏକ ମିଳିତ ଇସ୍ତାହାରରେ ନିବେଦନ କରିଛନ୍ତି ।

Exit mobile version