Site icon ଆଜିକାଲି

ଟାଟା ଷ୍ଟିଲ ପକ୍ଷରୁ ‘ଖଣି ପରିବେଶ ଏବଂ ଖଣିଜ ସମ୍ପଦ ସୁରକ୍ଷା ସପ୍ତାହ’ ପାଳିତ

କେନ୍ଦୁଝର, ନଭେମ୍ବର ୩୦, ୨୦୨୩: ଟାଟା ଷ୍ଟିଲ ଦ୍ଵାରା ପରିଚାଳିତ ଯୋଡା ଇଷ୍ଟ ଲୌହ ଖଣି ପକ୍ଷରୁ ଗୁରୁବାର ୨୫ ତମ ‘ଖଣି ପରିବେଶ ଏବଂ ଖଣିଜ ସମ୍ପଦ ସୁରକ୍ଷା ସପ୍ତାହ’ ପାଳିତ ହୋଇଯାଇଛି । ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇ ବି ଏମ୍) ର ଭୁବନେଶ୍ବର ଆଞ୍ଚଳିକ ଶାଖା ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ, ଖଣି ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ଏହି ସଭାରେ କ୍ରିଷ୍ଣା ଜ୍ୟୋତିଷୀ, ଜେନେରାଲ ମ୍ୟାନେଜର, ବାଫଲିମାଳି ବକ୍ସାଇଟ ମାଇନ, (ଉତ୍କଳ ଆଲୁମିନା), ଦାଶରଥି ବେହେରା, ଜେନେରାଲ ମ୍ୟାନେଜର, କଳମଙ୍ଗ ଲୌହ ଓ ମାଙ୍ଗାନିଜ ଖଣି (ୟାଜଦାନୀ ଷ୍ଟିଲ) ଓ ଶାଶ୍ଵତ ନନ୍ଦ, ମ୍ୟାନେଜର, କଲରଙ୍ଗିଆତା କ୍ରୋମାଇଟ ମାଇନ (ଫେକର), ନାରାୟଣ ଶର୍ମା, ଚିଫ ପ୍ରୋସେସିଂ ଏବଂ ଲଜିଷ୍ଟିକସ, ଟାଟା ଷ୍ଟିଲ, ବ୍ରଜ ବିନୋଦ କୁମାର, ହେଡ୍, ଯୋଡା ଇଷ୍ଟ ଖଣି, ଟାଟା ଷ୍ଟିଲ ପ୍ରମୁଖ ଉପସ୍ଥିତ ଥିଲେ । ଆବାହକ ଭାବରେ ନିଜ ସମ୍ଭାଷଣ ରେ କ୍ରିଷ୍ଣା ଜ୍ୟୋତିଷୀ, ଉପସ୍ଥିତ ଶ୍ରୋତାମାନଙ୍କୁ ଖଣି ଓ ଖଣିଜ ସମ୍ପଦ ର ସୁରକ୍ଷା ସହ ଏହା ର ସଦୁପଯୋଗ ଉପରେ ଆଲୋକପାତ କରିଥିଲେ । ଖଣିଜ ସମ୍ପଦ ର ସର୍ଭେ, ଯାନ୍ତ୍ରିକ ଉତ୍ତୋଳନ ଏବଂ ଖଣି ପରିଚାଳନା ରେ ବୈଷୟିକ ଜ୍ଞାନକୌଶଳ ର ଅଧିକ ରୁ ଅଧିକ ବ୍ୟବହାର ପାଇଁ ଆହ୍ଵାନ କରିଥିଲେ । ଯାନ୍ତ୍ରିକ ସହଯୋଗ ପ୍ରଦାନକାରୀ ସଂସ୍ଥା ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ପରିବେଶ ଓ ଖଣି ସୁରକ୍ଷା ସମ୍ପର୍କିତ ମଡେଲ ପରିଦର୍ଶନ କରି ଦାଶରଥି ବେହେରା ଓ ଶାଶ୍ଵତ ନନ୍ଦ, ଖଣିଜ ସମ୍ପଦ କ୍ଷୟଶିଳ ହୋଇଥିବାରୁ ଏହାର ନୂତନ ଉତ୍ସ ର ଆବିଷ୍କାର ସହ ସଠିକ୍ ବିନିଯୋଗ ଏବଂ ପୁନରୁଦ୍ଧାର ପାଇଁ ଯୁବଗୋଷ୍ଠୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପୂର୍ବରୁ ଅତିଥିମାନେ ଯୋଡା ଇଷ୍ଟ ଲୌହ ଖଣି ର ବିଭିନ୍ନ ସ୍ଥାନ ପରିଦର୍ଶନ କରି ଟାଟା ଷ୍ଟିଲ ଦ୍ଵାରା ପରିବେଶ ଓ ଖଣି ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ସବୁ ବୁଲି ଦେଖିଥିଲେ । ଏହି ସଭାରେ ଆୟୋଜିତ ପଥପ୍ରାନ୍ତ ନାଟକ ସମସ୍ତଙ୍କ ମନକୁ ଛୁଇଁ ପାରିଥିଲା ।

Exit mobile version