Site icon ଆଜିକାଲି

ଭିଜିଲାନ୍ସ ଜାଲରେ ତହସିଲ ଅଫିସ ଡିଇଓ, ୧୫ ଜଣ ଠାରୁ ୩୦ ହଜାର ଲାଞ୍ଚ ନେଉଥିଲେ

ନୂଆପଡ଼ା: ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ତହସିଲ ଅଫିସର ଜଣେ ଡ଼ିଇଓ । ଡିଇଓ ଭୋଳା ମହେଶ୍ୱର ଦଣ୍ଡସେନା ଆବାସିକ ପ୍ରମାଣ ପତ୍ର ପ୍ରଦାନ ପାଇଁ ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ଜାଲରେ ଧରା ପଡିଛନ୍ତି । ପୂର୍ବଚୁକ୍ତି ମୁତାବକ ୧୫ ଗୋଟି ଆବାସିକ ପତ୍ର ପାଇଁ ୨ ହଜାର ଟଙ୍କା ଲେଖାଏ ଲାଞ୍ଚ କାରବାରରେ ତହସିଲ ଡିଇଓ ଭୋଳା ମହେଶ୍ଵର ଦଣ୍ଡସେନା ଧରାପଡିଛନ୍ତି। ଅଭିଯୋଗକାରୀ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଗ୍ରାମ ରାଣୀମୁଣ୍ଡାର ନିତ୍ୟାନନ୍ଦ ହିଆଲ ସହ ପରିବାର ର ୮ ଜଣ ଏବଂ ୭ ଜଣ ତାଙ୍କ ଗ୍ରାମର ଆବାସିକ ପ୍ରମାଣ ପତ୍ର ପାଇଁ ୨ ହଜାର ଲେଖାଏଁ ମୋଟ ୩୦ ହଜାର ଟଙ୍କା ରେ ଚୁକ୍ତି ହୋଇଥିଲା।

ଭିଜିଲାନ୍ସ ଡ଼ିଏସପି ଦୀନବନ୍ଧୁ ବେହେରାଙ୍କ ନେତୃତ୍ବରେ ଏକ ଦଳ ତହସିଲଦାର କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଏହି ଚଢାଇ ବେଳେ କଳାହାଣ୍ଡି ଡ଼ିଏସପି ସଦାନନ୍ଦ ପାଣି, ଭିଜିଲାନ୍ସ ଇନିସ୍ପେକ୍ଟର ପ୍ରମିଳା ସୁନା ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

Exit mobile version