Site icon ଆଜିକାଲି

ଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା: ତେଲେଙ୍ଗାନା ବିଜେପି ରାଜ୍ୟ ସଭାପତିଙ୍କୁ ଜାମିନ

ହାଇଦ୍ରାବାଦ : ତେଲେଙ୍ଗାନା ଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ବିଜେପି ରାଜ୍ୟ ସଭାପତି ବନ୍ଦି ସଞ୍ଜୟ କୁମାରଙ୍କୁ ୱାରଙ୍ଗାଲ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ସଞ୍ଜୟ କୁମାର ବିନା ଅନୁମତିରେ ଦେଶ ଛାଡ଼ି ଯାଇପାରିବେ ନାହିଁ । ସେ ତଦନ୍ତରେ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ସଞ୍ଜୟ କୁମାରଙ୍କୁ ୨୦,୦୦୦ ଟଙ୍କା ମୁଚାଲିକାରେ ଜାମିନ ମିଳିଥିଲା। ଆଜି ସେ ଜେଲରୁ ମୁକ୍ତ ହେବେ ।

ବୁଧବାର ବିଳମ୍ବିତ ରାତିରେ କରିମନଗର ସାଂସଦଙ୍କୁ ତାଙ୍କ ଶ୍ବଶୁର ଘରୁ ଗିରଫ କରାଯାଇଥିଲା। ସଞ୍ଜୟ ଅନ୍ୟ ଅଭିଯୁକ୍ତଙ୍କ ସହ ଦଶମ ଶ୍ରେଣୀ ହିନ୍ଦୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ଷଡଯନ୍ତ୍ର କରିଥିଲେ‌ ବୋଲି ଅଭିଯୋଗ ହୋଇଥିଲା ।
ଏହି ମାମଲାର ମୋଟ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଜଣେ ଦଶମ ଶ୍ରେଣୀ ନାବାଳକଙ୍କୁ ନୋଟିସ ଜାରି କରିଛି।

Exit mobile version