Site icon ଆଜିକାଲି

୩୯.୨ ଡିଗ୍ରୀ ଟପିଲା କେନ୍ଦୁଝର ତାପମାତ୍ରା

କେନ୍ଦୁଝର ଜିଲାରେ ଗୁରୁବାର ତାପମାତ୍ର ୩୯.୨ ଡିଗ୍ରୀ ଟପିଛି । ସକାଳ ୮ଟା ୩୦ ସୁଦ୍ଧା ତାପମାତ୍ରା ୩୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ୨.୩୦ ରେ ଏହା ବୃଦ୍ଧି ପାଇ ୩୯.୨ ଡିଗ୍ରୀ ସେଣ୍ଟିଗ୍ରେଡ୍‌ରେ ପହଞ୍ଚିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଖରା ଯୋଗୁ ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ବସାଯାଇଛି ପିବା ପାଣି ଟାଙ୍କି । ଜଳଛତ୍ର କରି ବାଟୋଇ ର ଶୋଷ ମେଂଟେଇବାକୁ ଆଗେଇଛି କେନ୍ଦୁଝର ପୌରପାଳିକା । ଏହି ବ୍ୟବସ୍ଥା ର ଉପଯୁକ୍ତ ରକ୍ଷଣାବେକ୍ଷଣ ହୋଇପାରିଲେ ସଫଳ ହୋଇପାରିବ ଏହି ପ୍ରୟାସ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାମ ନ ଥିଲେ ଅଯଥା ଘରୁ ନବାହାରିବା, ବାହାରକୁ ଗଲେ କଳା ଚଷମା ବ୍ୟବହାର କରିବା, ଛତା ବ୍ୟବହାର, ଓଦା କପଡା ମୁଣ୍ଡରେ ପକାଇବା ସହିତ ପାଣି ବୋତଲ ବ୍ୟବହାର କରିବା ପାଇଁ ସୂଚନା ମଧ୍ୟ ଦେଉଛି ପ୍ରଶାସନ ।

Exit mobile version