Site icon ଆଜିକାଲି

ପାହାଡିଆ ଅଞ୍ଚଳରେ ତାପମାତ୍ରା ହ୍ରାସ

ଭୁବନେଶ୍ବର : ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି । ଏଥିପାଇଁ ଶୀତ ଅନୁଭୂତ ହେଉଛି। ଗତ ୨୪ ଘଣ୍ଟାରେ ରାଜ୍ୟର ସବୁଠୁ କମ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୧୩.୫ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା । କୋରାପୁଟ ଓ ଫୁଲବାଣୀରେ ତାପମାତ୍ରା ୧୫ ଡିଗ୍ରୀ ଲେଖାଏଁ ରହିଥିବା ବେଳେ ଭବାନୀପାଟଣାରେ ୧୬.୨ଡିଗ୍ରୀ, ସୁବର୍ଣ୍ଣପୁର ୧୫.୪ଡିଗ୍ରୀ ଏବଂ ବୌଦ୍ଧରେ ୧୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ରାଜ୍ୟରେ ପାଗ ଖରାଟିଆ ରହିବ ।

Exit mobile version