Site icon ଆଜିକାଲି

ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ, ଶୀତରେ ଥରୁଛି ଓଡ଼ିଶା

ଭୁବନେଶ୍ବର : ପାରଦ ତଳମୁହାଁ । ଶୀତରେ ଥରୁଛି ସାରା ଓଡ଼ିଶା । ହିମାଳୟ ପଟୁ କାଲୁଆ ପବନ ବୋହିବା ଯୋଗୁଁ ଦକ୍ଷିଣରୁ ଉତ୍ତର ଯାଏ ସବୁଠି ଶୀତର ପ୍ରକୋପ ବଢିଛି । ଅଚାନକ ଦିନକ ଭିତରେ ରାତି ତାପମାତ୍ରା ୨ରୁ ୪.୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଖସିଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି. ଉଦୟଗିରିରେ ରାତି ତାପମାତ୍ରା ୫ଡିଗ୍ରୀକୁ ଖସିଯାଇଛି । କୋରାପୁଟ ସେମିଳିଗୁଡ଼ାର ରାତି ତାପମାତ୍ରା ୭ ଡିଗ୍ରୀ, କେନ୍ଦୁଝରରେ ୭.୬, ଚିପିଲିମାରେ ୭.୮, ଫୁଲବାଣୀରେ ୮, ଝାରସୁଗୁଡ଼ାରେ ୮.୨, ସୁନ୍ଦରଗଡ଼ରେ ୮.୫, କୋରାପୁଟରେ ୯, ଦାରିଙ୍ଗବାଡ଼ିରେ ୯ ଓ ଅନୁଗୁଳରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ କେତେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମ୍‌ ରହିଛି। ଆଉ ୪ରୁ ୫ ଦିନ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ। ତାପମାତ୍ରା ବୃଦ୍ଧି କିମ୍ବା ଶୀତ କମିବାର ଏବେ କୌଣସି ସମ୍ଭାବନା ନାହିଁ। ଅନ୍ୟପଟେ ସୋମବାର ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଯାଇଛି। ଆଜି ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ଗଜପତି ଜିଲାରେ କୁହୁଡ଼ି ସମ୍ଭାବନା ରହିଛି।

Exit mobile version