Site icon ଆଜିକାଲି

ଭୟାବହ ଅଗ୍ନିକାଣ୍ଡରେ ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ

ରିପଦା : ବାରିପଦା ମୁଖ୍ୟ ଡାକଘର ପାଖ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଅଗ୍ନିକାଣ୍ଡ । ଗତ ବୁଧବାର ମଧ୍ୟରାତି ପ୍ରାୟ ୧.୩୦ ସମୟରେ ଏହି ଅଗ୍ନିକାଣ୍ଡ ଘଟି ନିକଟରେ ଥିବା ଦୋକାନ ଘରଗୁଡିକ ଜାଳି ଯାଇଛି। ଏହି ଅଗ୍ନିକାଣ୍ଡରେ ୪ ଗୋଟି ଦୋକାନ ଯଥା ୨ଗୋଟି ବ୍ୟାଗ୍ ଦୋକାନ, ଗୋଟିଏ ଡ୍ରେସ୍ ଏବଂ ଗୋଟିଏ ହୋଟେଲ ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଛି ତାହା ଅସ୍ପଷ୍ଟ । ଖବରପାଇ ଘଟଣାସ୍ଥଳରେ ବାରିପଦା ଦମକଳ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି ।

Exit mobile version