Site icon ଆଜିକାଲି

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଭାଟି ଭାଙ୍ଗିବାକୁ ଦେଲେ ଚେତାବନୀ


ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଅଞ୍ଚଳଗୁମ୍ମା ପଞ୍ଚାୟତ ଅଞ୍ଚଳଗୁମ୍ମାର ତିନୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଗ୍ରାମର ଶତାଧିକ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେମଦ ବିରୋଧୀ ଆନ୍ଦୋଳନ ଲାଗି ଧାରଣା ପ୍ରଦର୍ଶନ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦନ କରିଛନ୍ତି। ଉକ୍ତ ଦାବିରେ ଗ୍ରାମରେ ଥିବା ବିହାରୀ ମଦ ଭାଟି ରହିଥିବା ବେଳେ ଗ୍ରାମରେ ମଦୁଆଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଥିବା କାରଣରୁ ଅଧିକାଂଶ ପରିବାର ଅଶାନ୍ତି ମଧ୍ୟରେ ଗତି କରୁଛି ଓ ସମସ୍ତ କଳହର ମୂଳ କେନ୍ଦ୍ର ମଦ ଓ ଏହି ବିହାରୀ ମଦ ଭାଟି । ନାନା ସ୍ଥାନରେ ଚୋରା ମଦ କାରବାର ଅବାଧରେ ଚାଲିଛି ।ଏହି ମଦ ବିରୋଧୀ ଆନ୍ଦୋଳନ ରେ ମହିଳା ମାନେ ଏହି ବିହାରୀ ମଦ ଭାଟି କୁ ଉଚ୍ଛେଦ କରିବା ପାଇଁ ଦାବିରେ ଉଲ୍ଲେଖ ରହିଛି। ଦୀର୍ଘ ତିନି ମାସ ଧରି ଶାନ୍ତିପୂର୍ଣ୍ଣ ଭାବେ ମହିଳାମାନେ ଆନ୍ଦୋଳନ ଜାରି ରଖିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା ଏଣୁ ଆଜି ତାହା ଉଗ୍ର ରୂପ ଧାରଣ କରିଛି। ପୂର୍ବରୁ ପଞ୍ଚାୟତ ଓ ବ୍ଲକ୍ ସ୍ତରୀୟ ମଦ ବିରୋଧୀ ଆନ୍ଦୋଳନ କରିବା ସହିତ ସମ୍ପୂର୍ଣ ଗ୍ରାମରେ ମଦ ବନ୍ଦ କରିବା ପାଇଁ ବିଭିନ୍ନ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରଯାଇଥିଲା। ଏକ ନିଶାମୁକ୍ତ ଓ ଆଦର୍ଶ ଗ୍ରାମ ନିର୍ମାଣରେ ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ଗ୍ରାମର ଶତାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳଗୁମ୍ମାର ମହିଳା ମାନେ।ଯଦି ପ୍ରଶାସନ ପକ୍ଷରୁ ମହିଳା ମାନଙ୍କ ଦାବିକୁ ଅଣଦେଖା କରାଯାଏ ତେବେ ବାଧ୍ୟ ହୋଇ ବିହାରୀ ଭାଟି ଭାଙ୍ଗିବାକୁ ପଛାଇବେ ନାହିଁ ବୋଲି ଆଢାଇ ମାଝୀ, ହସ୍ତୀ ପାତ୍ର ଗୁଡ଼ିଆ, ଶାନ୍ତି ମାଝୀ, ସେବାମ ମାଝୀ, ସୁନାମଣି ପୂଜାରୀ, ଦମଇ ଭତ୍ରା, ପିଲାଏ ଭତ୍ରା, ତିଳୋତ୍ତମା ପୂଜାରୀ ଓ ଅନ୍ୟମାନେ କହିଛନ୍ତି। ଅନ୍ୟପଟେ ମହିଳାମାନଙ୍କ ଦାବି କୁ ଗୁରୁତ୍ୱର ସହିତ ନିଆଯାଇ ତଦନ୍ତ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି।

Exit mobile version