Site icon ଆଜିକାଲି

ଭିଜିଲାନ୍ସ ଜାଲରେ ଥାନା ବାବୁ

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ଢେଙ୍କାନାଳ ସଦର ଥାନା ଅଧିକାରୀ ଅଭିନବ ଡାଳୁଆ । ଜଣେ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି । କିଛି ଦିନ ତଳେ ଡାଳୁଆ ଇନ୍ସପେକ୍ଟରରୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ପାଇଥିଲେ । ତାଙ୍କର ରାଉରକେଲାରେ ପୋଷ୍ଟିଂ ପାଇଁ ଅର୍ଡର ବି ବାହାରି ସାରିଥିଲା । ଭିଜିଲାନ୍ସ ସେଲର ଡିଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀଙ୍କ ନେତୃତ୍ଵରେ ଏକ ୧୧ ଜଣିଆ ଦଳ ସଦର ଥାନା ଓ ଅମଲାପଡାସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ।

ସୂଚନା ଯେ, କୋଇଲା ବୋଝେଇ ଟ୍ରକ ପାର କରିବାକୁ ଅଭିନବ ଟ୍ରକ ମାଲିକମାନଙ୍କୁ ଧମକାଇବା ସହିତ, ଜଣେ ମାଲିକଙ୍କ ନିକଟରୁ ଏଥିପାଇଁ ୩୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ସେଲ ହାତରେ ଧରାପଡ଼ିଛନ୍ତି । ୩ଟି କୋଇଲା ବୋଝେଇ ଗାଡ଼ି ମଧ୍ୟରୁ କିଛିଦିନ ତଳେ ଗୋଟିଏ ଟ୍ରକ ପାଇଁ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଆଉ ୨ଟି ଟ୍ରକ ପାଇଁ ୩୦ ହଜାର ଟଙ୍କା ନେବା ବେଳେ ସେ ଧରାପଡ଼ିଛନ୍ତି।

Exit mobile version