Site icon ଆଜିକାଲି

ୱାଓର ୧୩ତମ ସଂସ୍କରଣ ଉଦ୍‌ଘାଟିତ

ବାଲେଶ୍ୱର : ସ୍ଥାନୀୟ ଷ୍ଟେସନ୍ କ୍ଲବ ପରିସରରେ ୨୮,୨୯ ଏବଂ ୩୦ ତାରିଖ ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ୱାଓର ୧୩ତମ ସଂସ୍କରଣ ବୁଧବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଝାଡ଼େଶ୍ୱର ଗ୍ରୁପ୍ ଅଫ୍ ଇନିଷ୍ଟିଚ୍ୟୁସନର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ନାୟକ, ସାଇ ଅନନ୍ତ ଅଟୋ ମୋବାଇଲସ୍‌ର ନିର୍ଦ୍ଦେଶକ ତଥା ଆଜିକାଲି ଇ-ପେପରର ମୁଖ୍ୟ ସମ୍ପାଦକ ଦିବ୍ୟଜ୍ୟୋତି ମହାନ୍ତି, ୱାଓର ଚେୟାରମ୍ୟାନ ଅସିତ୍ କୁମାର ଦାସ, ଭାଇସ୍‌ଚେୟାରମ୍ୟାନ ନିର୍ସିତ୍ କୁମାର ବାରିକ, ଷ୍ଟେସନ କ୍ଲବର ସଭାପତି ଗିରିଜା ଶଙ୍କର ଦାସ, ୱାଓର ଉପଦେଷ୍ଟା ଯୁଗେଶ୍ ମହାନ୍ତି, ଭାଇସ୍ ଚେୟାରମ୍ୟାନ ଡ. ଶ୍ରୀମାନ୍ ଶ୍ରୀଚନ୍ଦନ, ଉପଦେଷ୍ଟା ଯୁବ ସମାଜସେବୀ ବିକ୍ରମ ପଣ୍ଡା, ସଦସ୍ୟ ଅରଜିତ୍ ଘୋଷାଲ୍‌, ସଂଜୟ ସାମନ୍ତ ପ୍ରମୁଖ ଯୋଗ ଦେଇଥିଲେ । ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିତ୍ରକଳାରେ ପାରଦର୍ଶିତା ଲାଭ କରିଥିବା ଚିତ୍ରକାରମାନଙ୍କୁ ସମ୍ମାନିତ କରାଯାଇଥିଲା ।

Exit mobile version