Site icon ଆଜିକାଲି

ମାର୍ଚ୍ଚ ୩୧ ସୁଦ୍ଧା ସ୍କ୍ରାପିଂ ହେବ ୧୫ ବର୍ଷର ପୁରୁଣା ସରକାରୀ ଗାଡ଼ି, ମସ୍ତ ବିଭାଗୀୟ ସଚିବଙ୍କୁ ଚିଠି

ଭୁବନେଶ୍ୱର : ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୫ ବର୍ଷର ପୁରୁଣା ସରକାରୀ ଓ ସରକାରୀ ସଂସ୍ଥାର ଗାଡି ସ୍କ୍ରାପିଂ ହେବ । ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଏ ନେଇ ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୧୫ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡ଼ି ଆଉ ଗଡିବ ନାହିଁ । ଏହାଛଡା ପୁରୁଣା ଗାଡ଼ିର ପଞ୍ଜୀକରଣ ବି ନବୀକରଣ ହେବନାହିଁ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ପୁରୁଣା ଗାଡିଗୁଡିକର ସ୍କ୍ରାପିଂ କରାଯିବ | ଏହି ସବୁ ଗାଡ଼ିର ସ୍କ୍ରାପିଂ ପାଇଁ ସ୍ବୀକୃତିପ୍ରାପ୍ତ ଆରଭିଏସଏଫ ସେଣ୍ଟର ଖୋଲାଯାଇଛି | ଏହି ସେଣ୍ଟରରେ ବିଭାଗ ପକ୍ଷରୁ ଗାଡ଼ିଗୁଡ଼ିକୁ ସ୍କ୍ରାପିଙ୍ଗ କରିବା ପରେ ସେହି ଗାଡିର ରେଜିଷ୍ଟ୍ରେସନ ନମ୍ବର ବାତିଲ କରାଯିବ । ଏ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସ୍କ୍ରାପିଂ ପ୍ରକ୍ରିୟା ସାରିବାକୁ ପରିବହନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version