Site icon ଆଜିକାଲି

ଜିଲ୍ଲାସ୍ତରୀୟ ବିପ୍ଳବୀ ଧରଣୀଧରଙ୍କ ୧୫୯ତମ ଜନ୍ମ ଜୟନ୍ତୀ ପାଳିତ


କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ କୁସୁମିତା ଗ୍ରାମର ନିଜ ଜନ୍ମମାଟିରେ ଜନ ନାୟକ ବିପ୍ଳବୀ ଧରଣୀଧର ନାଏକ (ଭୂଆଁ)ଙ୍କ ୧୫୯ତମ ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ମହାସମାରୋହର ସହ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାଏକ, ଅନ୍ୟମାନଙ୍କ ମଧ୍ୟରେ ଆନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଲୋକସଭା ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ପୂର୍ବତନ ମନ୍ତ୍ରୀ ତଥା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଏସିଏସଟି ଅଧକ୍ଷା ଲକ୍ଷ୍ମୀ ନାଏକ, ଜିଲ୍ଲା ବନ ଖଣ୍ଡ ଅଧିକାରୀ ଧନରାଜ ଏଚଡି, ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା, ଗୋପିନାଥପୁର ସମିତି ସଭ୍ୟ ବସନ୍ତ ସାହୁ, ସଦର ବିଡ଼ିଓ ବିକାଶ ଚନ୍ଦ୍ର ସାହୁ, ସଦର ତହସିଲଦାର ଆଶିଷ କୁମାର ମହାପାତ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ବିପ୍ଳବୀ ଧରଣୀଧର ଭୂଆଁଙ୍କ ଜୟନ୍ତୀ ପାଳନ ହୋଇଯାଇଛି।

ଏହି ଅବସରରେ ଚଳିତବର୍ଷ ଶିକ୍ଷା, କୃଷି, କୁକୁଡ଼ା ପାଳନ, ପରିବା ଚାଷ ଆଦି ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଲୋକଙ୍କୁ ମାନ ପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଛି। ଆଜିର ପବିତ୍ର ଦିନରେ ରାଇସୁଆଁ ଠାରୁ କୁସୁମିତା ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାକୁ ବିପ୍ଳବୀ ଧରଣୀଧର ମାର୍ଗ ନାମରେ ନାମିତ କରାଯାଇଛି। ଆୟାଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଞ୍ଜୀବ ବାରିକ ମଞ୍ଚ ପରିଚାଳନା କରିଥିଲେ।

Exit mobile version