Site icon ଆଜିକାଲି

ସେଲ୍ଫ ଡ୍ରାଇଭ କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ

ଭୁବନେଶ୍ୱର : ସେଲ୍ଫ ଡ୍ରାଇଭ କାର ଭଡ଼ାରେ ନେଇ ବନ୍ଧା ପକେଇ ଦେଲେ ଅଭିଯୁକ୍ତ I ଦୁଇ ଅଭିଯୁକ୍ତ ଦୁଇଟି ସଂସ୍ଥାରୁ ପ୍ରାୟ ୯ ଟି ଭଡ଼ା ଗାଡ଼ି ନେଇ ଫେରାର ହୋଇଯାଇଥିଲେ I ଭଡ଼ା ଗାଡିକୁ ନେଇ ଅନ୍ୟ ଲୋକଙ୍କ ପାଖରେ ବିଭିନ୍ନ ଆଳ ଦେଖାଇ, ବନ୍ଧା ରଖି ଟଙ୍କା ନେଇ ଯାଉଥିଲେ ଅଭିଯୁକ୍ତ I ଆଉ ଏଜେନସି ଗାଡ଼ି ମାଗିବାରୁ ଫୋନ ଉଠାଉ ନଥିଲେ I ଦୁଇ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ ସାହୁ ଏବଂ ଆର. ଟାଟା ରାଓ I ସମସ୍ତ ଗାଡ଼ିକୁ ସିଜ କରି ତଦନ୍ତ ଆରମ୍ଭ କରିଛି କମିସନରେଟ ପୁଲିସ I ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଏହି ଗାଡ଼ି ସିଜ କରିଛି ନୟାପଲ୍ଲୀ ଥାନା ପୁଲିସ I

Exit mobile version