Site icon ଆଜିକାଲି

ରତ୍ନଭଣ୍ଡାର ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ଶ୍ରୀମନ୍ଦିର ପ୍ରଶାସନ

କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ଶେଷଥର ପାଇଁ ୧୯୭୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାର ଖୋଲାଯାଇ ଅଳଙ୍କାରଗୁଡ଼ିକର ହିସାବ କରାଯାଇଥିଲା । ପ୍ରାୟ ଦେଢ଼ କ୍ବିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ଶ୍ରୀଜିଉଙ୍କ କ୍ଷେତ୍ରରେ ବ୍ୟବହାର ହୁଏ ନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଅଳଙ୍କାର ଓ ୧୩୪ କେଜି ୫୦ ଗ୍ରାମ ରୁପା ଅଳଙ୍କାର ରହିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ଗ୍ରାମ ସୁନା ଅଳଙ୍କାର ଓ ୧୯ କେଜି ୪୮୦ ଗ୍ରାମ ରୁପା ଅଳଙ୍କାର ରହିଛି ।

Exit mobile version