Site icon ଆଜିକାଲି

ବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ

ଭୁବନେଶ୍ୱର – ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବିଳମ୍ବିତ ହୋଇଛି। ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ଆଜି ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାର ଥିଲା । କିନ୍ତୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଏବେ ଜୁନ୍ ୧୨ରେ ହେବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ନବନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ଆସନ୍ତାକାଲି ବସିବ ଓ ଏଥିରେ ସର୍ବସମ୍ମତିକ୍ରମେ କ୍ରମେ ନେତା ନିର୍ବାଚନ କରାଯିବ । ବିଧାୟକ ଦଳ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ସିଂହଙ୍କୁ ନିଯୁକ୍ତ କରିଛି ବିଜେପି ସଂସଦୀୟ ବୋର୍ଡ ।

Exit mobile version