Site icon ଆଜିକାଲି

ରେଳ ଟ୍ରାକରୁ ଦାଦନ ଶ୍ରମିକଙ୍କ ମୃତଦେହ ଠାବ

କଣ୍ଟାବାଞ୍ଜି : ରେଳ ଟ୍ରାକରୁ ଦାଦନ ଶ୍ରମିକଙ୍କ ମୃତଦେହ ଠାବ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ଝୁପଡିପଡ଼ାରେ ନିତ୍ୟାନନ୍ଦ ଶଗରିଆ ବୋଲି ଜଣାପଡିଛି ।

ସୂଚନା ଯେ, କିଛି ଦିନ ପୂର୍ବରୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଯାଇ ଘରକୁ ଫେରିଥିଲେ । କିଛି ଦିନ ଘରେ ରହିବା ପରେ ପୁଣି ଦାଦନ ଖଟି ବାହାରକୁ ଯାଇଥାନ୍ତେ । ହେଲେ ଶନିବାର ଦିନ ସେ ଘରୁ କେଉଁଆଡେ ଚାଲିଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ରବିବାର ଦିନ ସକାଳ ସମୟରେ ରେଳ ଟ୍ରାକରୁ ନିତ୍ୟାନନ୍ଦଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଥିଲା । ସେପଟେ ଘଟଣାସ୍ଥଳରେ ଜିଆର୍‌ପି ଓ ଆରପିଏଫ୍‌ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ପ୍ରାଥମିକ ତଦନ୍ତ ଓ ପରିବାର ଲୋକଙ୍କ ବୟାନୁସାରେ ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Exit mobile version