Site icon ଆଜିକାଲି

ପୋଖରୀରୁ ମିଳିଲା ତିନି ନବଜାତକଙ୍କ ମୃତଦେହ

ଢେଙ୍କାନାଳ : ପୋଖରୀରୁ ତିନି ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀରେ ତିନି ଗୋଟି ନବଜାତକ ମୃତ ଅବସ୍ଥାରେ ଭାସିବା ଚାଞ୍ଚଲ୍ୟ ସୃଷ୍ଟି କରିଛି

ମୃତଦେହଗୁଡ଼ିକୁ କେହି ଜନ୍ମ ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତିନିଟି ମୃତଦେହ ଶିଶୁ କନ୍ୟାଙ୍କର। ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ୩ଟି ମୃତଦେହ ସମେତ ପାଖରେ ପଡ଼ିଥିବା ଶାଢୀ ପଣତ କାନି ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ପୋଲିସ । ୩ ନବଜାତକ କାହାର, ସେମାନଙ୍କର କିପରି ମୃତ୍ୟୁ ହେଲା, ମୃତ୍ୟୁ ପରେ କାହିଁକି ଫୋପଡ଼ାଗଲା, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

Exit mobile version