Site icon ଆଜିକାଲି

ନାଳରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଉଦଳା : ମୟୁରଭଞ୍ଜ ଜିଲା ଉଦଳା ଥାନା ପୁରୁଣାପାଣି ଗାଁରେ ଅଘଟଣ । ନାଳରୁ ମିଳିଲା ଯୁବକଙ୍କ ମୃତଦେହ । ଗଳିତ ଅବସ୍ଥାରେ ମୃତଦେହ ପଡିଥିବା ବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ନାମ ସିଦ୍ଧ କାର୍ଜି ବୋଲି ଜଣାପଡିଛି । ପାରିପାର୍ଶ୍ଵିକ ସ୍ଥିତିରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ମୃତକଙ୍କ ବାମ ଗୋଡ଼ରେ ଏକ ଗାମୁଛା ବନ୍ଧା ଯାଇଥିବା ବେଳେ ସେଥିରେ ଏକ ରଡ଼ ଲାଗିଥିବା ମଧ୍ୟ ଦେଖାଯାଇଛି । ଏହାସହିତ ମୃତକର ମୋବାଇଲ ପାଣିରେ ପଡ଼ିଥିବା ବେଳେ ମୁଣ୍ଡରେ କ୍ଷତ ଚି଼ହ୍ନ ରହିଛି ।

Exit mobile version