Site icon ଆଜିକାଲି

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଗାଁର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଠାବ । ଏନେଇ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ବଣାଇ ଶୁଣ୍ଢୀ କୋଣ ଗାଁରେ ରହୁଥିବା ରାଜେଶ କୁମାର ସାହୁ ମଙ୍ଗଳବାର ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିଛି ସମୟ ପରେ ପୋଖରୀରେ ତାଙ୍କର ମୃତଦେହ ଭାଶୁଥିବାର ଦେଖି ସ୍ଥାନୀୟ ଲୋକେ ରାଜେଶଙ୍କ ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ରାଜେଶଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Exit mobile version