Site icon ଆଜିକାଲି

ଟ୍ରକକୁ ପଛରୁ ପିଟିଲା ବସ୍ : ଜଣେ ମୃତ, ୫ ଗୁରୁତର

ନୟାଗଡ଼ : ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ଇଟାମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ଭୋର ସମୟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ମଧ୍ୟରୁ ୪ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ସୂଚନା ଯେ, ଭବାନୀପାଟଣାରୁ ଭୁବନେଶ୍ବର ଆସୁଥିବା ମାଣିକେଶ୍ଵରୀ ବସ୍ ଭୋରରୁ ରାସ୍ତାକଡରେ ରହିଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛପଟେ ପିଟିଥିଲା । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ବସର ଅବସ୍ଥା ଦେଖିଲେ ବସଟି ଦ୍ରୁତଗତିରେ ଆସୁଥିବା ଜଣାପଡୁଛି। ଖବରପାଇ ଇଟାମାଟି ପୋଲିସ, ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନୟାଗଡ଼ ଡାକ୍ତରଖାନାକୁ ଆଣିଥିଲେ। ମୃତକ ଜଣକ ହେଲେ ଜୁନାଗଡ ଅଞ୍ଚଳର ଅମର ଚାନ୍ଦ । ସେହିପରି ଦୁର୍ଘଟଣାରେ ୫ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ହେଲେ ଭବାନିପାଟଣାର ମୁସ୍ତାକ ସଲିମ୍ । ଅନ୍ୟ ୪ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ପଠାଯାଇଛି । ଭୁବନେଶ୍ବର ସ୍ଥାନାନ୍ତର ହୋଇଥିବା ଗୁରୁତରଙ୍କ ମଧ୍ୟରେ ଜଣେ କଟକ, ଜଣେ ଯାଜପୁରର ହୋଇଥିବାବେଳେ ଅନ୍ୟ ଦୁଇଜଣ ଜୁନାଗଡ ଅଞ୍ଚଳର ବୋଲି ଜଣାପଡିଛି।

Exit mobile version