Site icon ଆଜିକାଲି

ଟ୍ରକ୍ ଧକ୍କାରେ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜଳେଶ୍ୱର : ଓଡିଶାରୁ ପଶ୍ଚିମବଙ୍ଗକୁ ଯାଉଥିଲା ଯାତ୍ରିବାହୀ ବସକୁ ପଛପଟୁ ଧକ୍କା ଦେଲା ୧୬ଚକିଆ ଟ୍ରକ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ତେବେ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା । ରାସ୍ତା ପାଖ ଥିବା ନୟନ ଯୋଡିକୁ ଓଲଟି ପଡିଥିଲା ବସ୍ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ନ ଜାତୀୟ ରାଜପଥ ଅମ୍ବାଳିଅଠା ବାଇପାସ ଟିକିଏ ଦୂରରେ ।

ସୂଚନା ଥାଉକି, ଭୁବନେଶ୍ୱରରୁ ପ୍ରଧାନ ନାମକ ବସ୍ ବିଳମ୍ବିତ ରାତିରେ ୩୦ରୁ ଅଧିକ ଯାତ୍ରୀ ନେଇ କଲିକତା ଅଭିମୁଖେ ଯାଉଥିଲା । ତେବେ ବସ୍‌ର ଗତି ଦ୍ରୁତ ଥିବାବେଳେ ଆଗରେ ଏକ ହମ୍ପସ୍‌ ଦେଖି ଡ୍ରାଇଭର ଗାଡିକୁ ସ୍ଲୋ କରିଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ୧୬ଚକିଆ ଟ୍ରକ ଧକ୍କା ଦେଇଥିଲା । ତେବେ ଧକ୍କା ଦେବା ଫଳରେ ବସଟି ରାସ୍ତା କଡରେ ଥିବା ନୟନ ଯୋଡିକୁ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ଅନ୍ୟବତ୍ସ ଯୋଗେ କଲିକତା ପଠାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

Exit mobile version