Site icon ଆଜିକାଲି

ଡେରିରେ ଆସିଥିବାରୁ ଡାକ୍ତରଙ୍କୁ ପିଟିଲେ ବ୍ୟବସାୟୀ

ସମ୍ବଲପୁର : ଡାକ୍ତରଙ୍କୁ ପିଟିଲେ ବ୍ୟବସାୟୀ । ଡାକ୍ତର ଡେରିରେ ଆସିଥିବାରୁ ତାଙ୍କୁ ଚପଲରେ ପିଟିଛନ୍ତି । ଏହାର ବିରୋଧ କରିବାରୁ ମହିଳା ଟେକ୍ନିସିଆନଙ୍କୁ ମଧ୍ୟ ବ୍ୟବସାୟୀ ଜଣକ ଆକ୍ରମଣ କରିଛନ୍ତି। ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ବ୍ୟବସାୟୀଙ୍କ ଦବଙ୍ଗଗିରି । ସମ୍ବଲପୁର ଟାଉନଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଆକ୍ରମଣର ଶିକାର ହୋଇଥିବା ଡାକ୍ତର ହେଉଛନ୍ତି ଚିଦାନନ୍ଦ ମିଶ୍ର । ଡାକ୍ତର ମିଶ୍ର ସନ ଡାଇଗ୍ନୋଷ୍ଟିକରେ ରେଡିଓଲୋଜିଷ୍ଟ ଭାବେ କାମ କରନ୍ତି । ଗତକାଲି ସମ୍ବଲପୁରର ବ୍ୟବସାୟୀ ନଟବର ବାଙ୍କୀ ସିଟି ସ୍କାନ କରିବାକୁ ସନ୍ ଡାଇଗ୍ନୋଷ୍ଟିକକୁ ଆସିଥିଲେ । ଡାକ୍ତର ଆସିନଥିବାରୁ ସେ ଅପେକ୍ଷା କରିଥିଲେ । ଡାକ୍ତର ସକାଳ ୧୦ଟାରେ ପହଞ୍ଚିବା ପରେ ନଟବର ଡାକ୍ତରଙ୍କୁ ଗାଳିଗୁଲଜ କରିବା ସହ ଚପଲରେ ମାଡ ମାରିଥିଲେ । ମହିଳା ଟେକ୍ନିସିଆନ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଡାକ୍ତର ଜଣଟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ନଟବରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

Exit mobile version