Site icon ଆଜିକାଲି

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍

କେନ୍ଦୁଝର : କେନ୍ଦୁଝର ଡିଡି ମେଡିକାଲ କଲେଜ ସମ୍ମୁଖ ୪୯ ନମ୍ବର ଜାତୀୟ ରାଜପଥରେ ଜଳିଗଲା କାର୍ । ରାସ୍ତା ମଝିରେ ଏକ ମାରୁତି ଅଲଟୋ କାର୍‌ଟି ଜଳିଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଯେ, ଏକ ଘରୋଇ ଫାଇନାନ୍ସ କମ୍ପାନୀର କିଛି ଲୋକ ଏହି କାର୍‌ଟିକୁ ବିନା କୋର୍ଟଙ୍କ ନିର୍ଦ୍ଦେଶରେ ସିଜ୍ କରି ନେଇ ପଳାଉଥିବା ବେଳେ କାର୍‌ରେ ନିଆଁ ଲାଗିଯାଇଛି । କାର୍‌ଟିକୁ ନେଇ ଯାଉଥିବା ଲୋକମାନେ ପ୍ରଥମେ ଏକ ପାଣି ଟ୍ୟାଙ୍କର ମାଧ୍ୟମରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ । ପରେ ସ୍ଥାନୀୟ ଲୋକେ ଅଗ୍ନିଶମବାହିନୀକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ହେଲେ ସେତେବେଳକୁ ଗାଡିଟି ପ୍ରାୟ ୯୦ ଭାଗ ପୋଡି ଯାଇଥିଲା ।

Exit mobile version